ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ସରଗରମ ରହିପାରେ ବିଧାନସଭାର ମୌସୁମୀ ଅଧିବେଶନ । କାରଣ ବିରୋଧି ଉଠାଇ ପାରନ୍ତି ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ।
ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ପୁଲିସ ବଳପୂର୍ବକ ଉଠାଇ ଦେବା ଘଟଣାକୁ ରାଜ୍ୟ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
ଏନେଇ ସେ କହିଛନ୍ତି, ରୁଚିକାଙ୍କ ମା’ଙ୍କୁ ପୁଲିସର ଅମାନୁଷିକ ବ୍ୟବହାର ଖୁବ୍ ଦୁଃଖଦାୟକ । ପୁଲିସ ତାଙ୍କୁ ବୁଝାଇ ପାରିଥାନ୍ତା କିମ୍ବା ଅତି ବେଶିରେ ନୋଟିସ୍ କରିପାରିଥାନ୍ତା । ମାତ୍ର ତାଙ୍କ ମା’ଙ୍କୁ ବଳପୂର୍ବକ ଉଠାଇ ନେବାର କି ଆବଶ୍ୟକତା ଥିଲା ତାହା ବୁଝାପଡ଼ୁନି । ମାନବିକ ଅଧିକାର କ୍ଷୂର୍ଣ୍ଣ କରିଛି ପୁଲିସ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି ସେ କହିଛନ୍ତି ।
ଏହାବାଦ ଆସନ୍ତା ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା । ଏଥିନିମନ୍ତେ ବିଭାଗଓ୍ୱାରି ଡିମାଣ୍ଡ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ ପାରିତ ହେବ । ଆସନ୍ତା ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।
ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ସବୁ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ।
The post ଆଜିଠୁ ପୁଣି ଆରମ୍ଭ ହେବ ବିଧାନସଭା, ରୁଚିକା ମାମଲାକୁ ନେଇ ଘେରିବେ ବିରୋଧି appeared first on Odisha Reporter.
from Odisha Reporter https://ift.tt/iuF057X
No comments:
Post a Comment