ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଦେଶରେ ବିଭିନ୍ନ ସ୍ଥେନରେ ବର୍ଷା ଜାରି ରହିଛି । ମୁଖ୍ୟତଃ ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ହୋଇଛି। ଏସବୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ଆସିଛି। ବର୍ଷା ଯୋଗୁ କର୍ଣ୍ଣାଟକ ଓ ଆସାମର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ପ୍ରାୟ ହଜାର ଜହାର ଲୋକେ ପ୍ରଭାବିତ ହୋଇଛନ୍ତି। ରାଜସ୍ଥାନରେ ମଧ୍ୟ ପ୍ରଚୁର ପରିମାଣରେ ବର୍ଷା ହୋଇଛି। ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ରାଜକୋଟ ଏବଂ ଅହମଦାବାଦର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ୍ର ୧୮ ପ୍ଲାଟୁନ୍ ଏବଂ ଏନ୍ଡିଆରଏଫ୍ର ୩ ପ୍ଲାଟୁନ୍ ମୁତୟନ ହୋଇଛନ୍ତି। ବନ୍ୟା ପ୍ରବଣ ଅଞ୍ଚଳରୁ ୨୭,୮୯୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର, ରାସ୍ତା ଘାଟ। ବିଶେଷକରି ଦକ୍ଷିଣ ଓ ମଧ୍ୟ ଗୁଜୁରାଟରେ ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କ୍ଷୟକ୍ଷତି ହୋଇଛି।
ହେଲିକପ୍ଟର ଯୋଗେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି। ମହାରାଷ୍ଟ୍ରର ମୁମ୍ବାଇ ସମେତ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇଛି । ଫଳରେ ବହୁ ଅଂଚଳ ଜଳମଗ୍ନ ହୋଇଛି । ଗତ ୨୪ ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି । ମୁମ୍ବାଇ ସମେତ ସବୁ ଉପକୂଳ ଜିଲ୍ଲାରେ ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି । ଆଗାମୀ କିଛି ଦିନ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ।
The post ଦେଶରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା appeared first on Odisha Reporter.
from Odisha Reporter https://ift.tt/QLeFyd5
No comments:
Post a Comment