ଭଞ୍ଜନଗର(ସିଲୁ ବିଶ୍ୱାଳ): ନାଳରେ ଖସିଗଲା ଗୋଡ଼ । ପ୍ରଖର ସୁଅରେ ଭାସି ଯାଉଥିଲେ ଛାତ୍ର । ପୁଣି ଥରେ ଜୀବନ ଫେରି ପାଇବେ ବୋଲି ଆଶା ବି ଛାଡ଼ି ଦେଇଥିଲେ। ହେଲେ ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ। ନିଜେ ପାଣିକୁ ଡେଇଁ ସୁଅ ମୁହଁରୁ ପିଲାଟିକୁ ଉଦ୍ଧାର କରି ଆଣିଲେ। ଏପରି ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳରେ ଘଟିଛି।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଠେଙ୍ଗାଧର ରାସ୍ତାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ ରାସ୍ତାରେ ୨ରୁ ୩ ଫୁଟର ପାଣି ଚାଲୁଛି। ଏହି ସମୟରେ ଗତକାଲି ଜଣେ ଛାତ୍ର ସାଇକେଲରେ ଯାଉଥିବା ବେଳେ ପାଣି ସୁଅରେ ପଡ଼ି ଭାସିଗଲେ। ଉକ୍ତ ସମୟରେ ବର୍ଷା ସ୍ଥିତି ଅନୁଧ୍ୟାନ କରିବାକୁ ସେଠାକୁ ଜଣେ ଅଗ୍ନିଶମ କର୍ମଚାରୀ ଯାଇଥିଲେ ।
ଜଣେ ପିଲା ଭାସି ଯାଉଥିବା ଦେଖି ସେ ତୁରନ୍ତ ପାଣି ସୁଅକୁ ଡେଇଁ ପଡ଼ିଥିଲେ। ଏହାପରେ ପିଲାଟିକୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଚିକିତ୍ସା ପରେ ଛାତ୍ର ଜଣକ ସୁସ୍ଥ ଥିବା ଜଣାପଡିଛି । ଏଥିସହ ଜୀବନ ରକ୍ଷା କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ଛାତ୍ରଜଣକ କୃତଜ୍ଞତା ଜଣାଇଛନ୍ତି।
The post ସୁଅରେ ଭାସି ଯାଉଥିଲେ ଛାତ୍ର, ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/xOFChMP
No comments:
Post a Comment