ନୂଆଦିଲ୍ଲୀ: ଦେଶରେ ସମସ୍ତ ବେସାମିରକ ବିମାନ ଚଳାଚଳ କମ୍ପାନୀକୁ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ସୁଧାରିବା ଲାଗି ଆସନ୍ତା ଜୁଲାଇ ୨୮ ସୁଦ୍ଧା ନିଶ୍ଚିତ କରାଇବାକୁ ଡେଡଲାଇନ୍ ଦେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ। ଗଲା କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବିମାନ ଗୁଡ଼ିକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବା ପରେ ଡିଜିସିଏର ଏକ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଏହି ସମସ୍ୟାର ଯାଞ୍ଚ କରିଥିଲା।
ଏଥିରୁ ବିମାନ କମ୍ପାନୀଗୁ଼ଡ଼ିକର ତ୍ରୁଟି ନେଇ ବିଭିନ୍ନ କାରଣ ପାଇଥିଲା। ତେବେ ବିମାନ କମ୍ପାନୀ ଗୁଡ଼ିକୁ ମୁଖ୍ୟ ରହଣୀସ୍ଥଳ ଓ ଟ୍ରାନଜିଟ୍ ଷ୍ଟେସନରୁ ବିମାନ ଛାଡ଼ିବା ପୂର୍ବରୁ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସପାପ୍ତ ତଥା ସ୍ୱୀକୃତିପ୍ରାପ୍ତ କର୍ମଚାରୀଙ୍କଠାରୁ ଅନୁମତି ପାଇବା ଦରକାର ବୋଲି ଡ଼ିଜିସିଏ ନିର୍ଦ୍ଦେଶ ଦେଇଛି।
ଗଲା କିଛି ଦିନ ଭିତରେ ସ୍ପାଇସେଜେଟ୍ ଭଳି ଅନ୍ୟ କିଛି କମ୍ପାନୀର ବିମାନ ଉଡ଼ାଣ ଭରିବା ପୂର୍ବରୁ ଓ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡିଜିସିଏ ଦ୍ୱାରା ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ପଟ୍ ଯାଞ୍ଚରେ ଅନେକ ଜିନିଷ ସାମ୍ନାକୁ ଆସିଛି। ଏହା ବ୍ୟତୀତ ବିମାନଗୁଡ଼ିକରେ ସର୍ବନିମ୍ନ ଯନ୍ତ୍ରପାତି ତାଲିକା (MEL) ରେ ଅଭାବ ମଧ୍ୟ ଦେଖାଦେଇଛି। ଯାହାକୁ ନିର୍ଦ୍ଦେଶାଳୟ ଗୁରୁତର ସହ ନେଇଥିଲା।
The post ବିମାନ କମ୍ପାନୀଙ୍କୁ ଡିଜିସିଏର ଡେଡ୍ଲାଇନ୍, ତୁରନ୍ତ ଯାନ୍ତ୍ରିକ ତ୍ରୁଟି ସୁଧାର appeared first on Odisha Reporter.
from Odisha Reporter https://ift.tt/pqKelGN
No comments:
Post a Comment