ସଂସଦରେ କେତେକ ଶବ୍ଦକୁ ନିଷିଦ୍ଧ ନେଇ ବିରୋଧୀ ଖଡ଼ଗହସ୍ତ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 14, 2022

ସଂସଦରେ କେତେକ ଶବ୍ଦକୁ ନିଷିଦ୍ଧ ନେଇ ବିରୋଧୀ ଖଡ଼ଗହସ୍ତ  

ନୂଆଦିଲ୍ଲୀ: ଏଣିକି ସଂସଦରେ କେତେକ ଶବ୍ଦକୁ ବାରଣ କରାଯିବା ନେଇ ବିରୋଧୀ ଖଡ଼ଗହସ୍ତ ହୋଇଛନ୍ତି। ସଂସଦରେ ବିତର୍କର କେତେକ ଶବ୍ଦୁକୁ ଅସାମ୍ବିଧାନିକ କହି ଏହାର ବ୍ୟବହାରକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଗତକାଲି ଲୋକସଭା ସଚ୍ଚିବାଳୟ ପକ୍ଷରୁ ଏ ସମ୍ପର୍କରେ ଶବ୍ଦ ତାଲିକା ପ୍ରକାଶ ପାଇବା ପରେ ବିରୋଧୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କୁ ସମାଲୋଚନା କରି ବିରୋଧୀ କହିଛନ୍ତି ଯେ, ଏହା ମୁହଁ ଚୁପ୍‌ କରିବା ପାଇଁ ନିର୍ଦ୍ଦେଶ ନା ରୁଟିନ୍‌ କାମ। ଏନେଇ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଭୟ ଦଳ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଶବ୍ଦ ଗୁଡ଼ିକ ପୂର୍ବରୁ ମୋଦି ବିରୋଧୀ ଥିଲା ଏବେ ତାହା  ସରକାରୀ ଭାବେ ଅସଂସଦୀୟ ।  ଯତେ ଦିନ ଯାଏ ଜୁମଲା କାମ କରିବ ସେଇ ଜୁମଲାଜୀବୀଙ୍କୁ କିଏ ଡରିବ ବୋଲି ପ୍ରଶ୍ନ କରାଯାଇଛି। ଶବ୍ଦକୁ ବାରଣ ନୁହେଁ ବରଂ ପ୍ରଧାମନ୍ତ୍ରୀ ମୋଦିଙ୍କର ଭୟଗ୍ରସ୍ତର ପରିପ୍ରକାଶ ବୋଲି କଂଗ୍ରସ କହିଛି । ମୋଦି ସରକାରଙ୍କ ବାସ୍ତବତା ସମ୍ପର୍କରେ ବିରୋଧୀଙ୍କ ପକ୍ଷରୁ ଯେଉଁ ଶବ୍ଦ ସବୁ ବ୍ୟବହାର କରାଯାଉଥିଲା ତାହା ଅସାମ୍ବିଧାନକ କୁହାଗଲା। ‘ବିଶ୍ୱଗୁରୁ ୟା ପରେ କଣ’ ବୋଲି କହି କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍‌ କରି କଟାକ୍ଷ କରିଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟୋୱାଲା ଟ୍ୱିଟ କରି ଲେଖିଛନ୍ତି ଯେ,  ସାହେବ ତାଙ୍କ ଗୁଣ ଭଲ ଭାବେ ଜାଣିଛନ୍ତି । ମଜାର କଥା ହେଉଛି ସେଇ ସବୁ ଶବ୍ଦ ଗୁଡ଼ିକୁ ଏବେ ଅସାମ୍ବିଧାନିକ ଘୋଷଣା କରାଯାଇଥିବା ସେ କହିଛନ୍ତି। ସମ୍ପ୍ରତି ଲୋକସଭା ସଚିବାଳୟ ଦ୍ୱାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି। ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ। ସାଧାରଣଭାବେ ବ୍ୟବହୃତ ଆସେମ୍‌ଡ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନ୍‌କମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି। ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି।

ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ଯେଉଁ ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି କହିବେ ତାହା ହେଉଛି ଅନ୍‌ପାର୍ଲାମେଣ୍ଟାରୀ ଏବଂ ତାହା ଆଉ ପାର୍ଲାମେଣ୍ଟ ରେକର୍ଡରେ ସ୍ଥାନ ପାଇପାରିବ ନାହିଁ। ଅର୍ଥାତ୍ କେଉଁ ଶବ୍ଦ ଅସଂସଦୀୟ ଭାବେ ବିବେଚିତ ହେବ, ସେ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ବିଭିନ୍ନ ଶବ୍ଦକୁ ସମୟାନ୍ତରରେ ଅସଂସଦୀୟ ବୋଲି ଘୋଷଣା କରାଯାଏ। ୨୦୨୧ରେ ଯେଉଁ ଶବ୍ଦଗୁଡ଼ିକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟଗୋଷ୍ଠୀର କେଉଁସବୁ ଦେଶରେ କେଉଁ ଶବ୍ଦ ଉଚ୍ଚାରଣ କରିବାକୁ ଅନୁମତି ନାହିଁ ତାହା ମଧ୍ୟ ଏଥିରେ ସୂଚାଇ ଦିଆଯାଇଛି।

The post ସଂସଦରେ କେତେକ ଶବ୍ଦକୁ ନିଷିଦ୍ଧ ନେଇ ବିରୋଧୀ ଖଡ଼ଗହସ୍ତ   appeared first on Odisha Reporter.



from Odisha Reporter https://ift.tt/iNGsoTa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages