ଝାଡ଼ାବାନ୍ତିରେ ୪ ମୃତ, ୧୬ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 14, 2022

ଝାଡ଼ାବାନ୍ତିରେ ୪ ମୃତ, ୧୬ ଅସୁସ୍ଥ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଟିକିରି ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ଟିକିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ  ଘଟିଥିବା ବେଳେ ଆଜି ସକାଳେ ଝଡ଼ିଆ ସାହିରେ ଝାଡ଼ାବାନ୍ତିରେ  ୩ ଜଣଙ୍କର ମୃତ୍ୟୁ ହୋଇଛି। ସବୁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ଟିମ୍‌ ଗାଁ ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋଲି ରାୟଗଡ଼ା ସିଡିଏମ୍‌ଓ କହିଛନ୍ତି।

ଅନ୍ୟପଟେ ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କେଉଁ କାରଣ ପାଇଁ କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜଣାପଡ଼ି ନାହିଁ। ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇ ନାହିଁ।

The post ଝାଡ଼ାବାନ୍ତିରେ ୪ ମୃତ, ୧୬ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/oCUGHLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages