ଏନ୍‌କାଉଣ୍ଟର କରି ବିଷ୍ଣୋଇ ଗ୍ୟାଙ୍ଗର ୨ ଜଣଙ୍କ ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 29, 2022

ଏନ୍‌କାଉଣ୍ଟର କରି ବିଷ୍ଣୋଇ ଗ୍ୟାଙ୍ଗର ୨ ଜଣଙ୍କ ଧରିଲା ପୁଲିସ

ଜୟପୁର: ରାଜସ୍ଥାନ ପୁଲିସକୁ ମିଳିଛି ବଡ଼ ସଫଳତା ପାଇଛି। ରାଜସ୍ଥାନର ଶ୍ରୀଗଙ୍ଗନଗରର କାଲୁୱାଲା ଗାଁରେ ଏନକାଉଣ୍ଟର ବେଳେ ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ବିଷ୍ଣୋଇ ଗ୍ୟାଙ୍ଗର ଏହି ସଦସ୍ୟମାନେ ବଟି ଟଙ୍କା ନେଇ ଯାଉଥିବା ବେଳେ ପୁଲିସ ଏମାନଙ୍କୁ ଧରିଛି।

ସୂଚନା ମୁତାବକ, ଲରେନ୍ସ ଗ୍ୟାଙ୍ଗର କିଛି ସଦସ୍ୟ ବଟି ଟଙ୍କା ଆଦାୟ କରି ଯାଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ ଏମାନଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ଦୁଇଜଣଙ୍କୁ ଟଙ୍କା ସହ ଗିରଫ କରିଥିବାବେଳେ ସଚିନ ବିଷ୍ଣୋଇ ନାମକ ଅନ୍ୟ ଜଣେ ଖସି ପଳାଇବାରେ ସଫଳ ହୋଇଛି।

ଶ୍ରୀଗଙ୍ଗାନଗର ଏସ୍‌ପିଙ୍କ କହିବା ମୁତାବକ, ଏହି ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ଶ୍ରୀଗଙ୍ଗାନରଗର ଜଣେ ବ୍ୟବସାୟରଙ୍କୁ ଫୋନ୍‌ କରି ବଟି ଟଙ୍କା ମାଗିଥିଲେ। ଏହି ସୂଚନା ପାଇବା ପରେ ପୁଲିସ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଫେରାର ଥିବାବେଳେ ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

The post ଏନ୍‌କାଉଣ୍ଟର କରି ବିଷ୍ଣୋଇ ଗ୍ୟାଙ୍ଗର ୨ ଜଣଙ୍କ ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/g7XjZYm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages