ଦନ୍ତାର ହୋଇଥିଲା ମଲ୍ଟି ଅର୍ଗାନ ଫେଲ୍‌, ସେପ୍ଟିସିମିଆରୁ ଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 29, 2022

ଦନ୍ତାର ହୋଇଥିଲା ମଲ୍ଟି ଅର୍ଗାନ ଫେଲ୍‌, ସେପ୍ଟିସିମିଆରୁ ଗଲା ଜୀବନ

ନରସିଂହପୁର( ସର୍ବେଶ୍ୱର ସ୍ୱାଇଁ ): କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ଗତ କିଛି ଦିନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦନ୍ତା ହାତୀ ଗତକାଲି ଆଖି ବୁଜିଛି। ହାତୀଟିର ଶରୀରରେ ୫ଟି ଗୁଳି ବାଜିଥିବା ବେଳେ ଚିକିତ୍ସା ସତ୍ତ୍ୱେ ତା’ର ଅବସ୍ଥା ସୁଧୁରି ନ ଥିଲା। ହାତୀଟିର ଆଜି ଶବ ବ୍ୟବଚ୍ଛେଦ କରାଯିବ । ହେଲେ ହାତୀଟିର ମୃତ୍ୟୁ ସେପ୍ଟିସିମିଆରୁ ହୋଇଥିବା କହିଛନ୍ତି ବନ ବିଭାଗ ।

ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ  ସେପ୍ଟିସିମିଆ ଯୋଗୁ ହାତୀଟିର ମଲ୍ଟି ଅର୍ଗାନ ଫେଲ୍‌ ହୋଇଯାଇଥିଲା। ଏହାହିଁ ହାତୀ ମୃତ୍ୟୁର କାରଣ ବୋଲି କହିଛନ୍ତି ଅଧିକାରୀ। ତେବେ ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଅଧିକ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

ହାତୀର ମୃତ୍ୟୁ ପାଇଁ ବନବିଭାଗର ଖାମଖିଆଲ ନୀତିକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରାୟ ୬ ଦିନ ପୂର୍ବରୁ ସ୍ଥାନୀୟ ଲୋକେ ନୂଆଗଡ଼ ଜଙ୍ଗଲ ପାଖରେ ଅସୁସ୍ଥ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ୫ ଦିନ ଧରି ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ଫେଲ୍‌ ହୋଇଥିଲା । ଫଳରେ ହାତୀଟି ଦୀର୍ଘ ୨୦ କିମି ବାଟ ଯାଇ ବାସିଙ୍ଗା ଜଙ୍ଗଲ ନିକଟରେ ପଡ଼ି ଯାଇଥିଲା। ସେଠାରେ ବନ ବିଭାଗ ଟିମ୍‌ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ୫ ଦିନ ଧରି ଗୁଳିବିଦ୍ଧ ହାତୀଟି ବୁଲାବୁଲି କରୁଥିବା ବେଳେ କିଛି ଖାଦ୍ୟ ଗ୍ରହଣ କରି ନ ଥିଲା। ଫଳରେ ହାତୀଟି ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ପଡ଼ିଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାତୀଟି ଗତକାଲି ସକାଳୁ କିଛି ଖାଦ୍ୟ ଗ୍ରହଣ କରି ନ ଥିବା ବେଳେ ସନ୍ଧ୍ୟା ବେଳେ ଆଖି ବୁଜିଥିଲା।

ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ, ନରସିଂହପୁରର ପ୍ରାଣୀ ଚିକିତ୍ସକ ଏବଂ ନନ୍ଦନକାନନର ଟିମ୍ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା ଚାଲିଥିଲା । ତାକୁ ବଞ୍ଚାଇବାକୁ ସବୁ ପ୍ରକାର ଉଦ୍ୟମ ବିଫଳ ହେଲା ବୋଲି କହିଛି ବନ ବିଭାଗ ।

ଏହି ଘଟଣାର କିଛି ଦିନ ପୂର୍ବରୁ ସେହି ନରସିଂହପୁର ଜଙ୍ଗଲରେ ଶିକାରୀ ଗୁଳିରେ ଆହତ ହୋଇଥିବା ଆଉ ଏକ ହାତୀର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଆଠଗଡ଼ ବନାଞ୍ଚଳରେ ଏବେ ସଙ୍କଟରେ ଗଜରାଜ ଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି ପରିବେଶବିତ । ଏହି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ଶିକାରୀଙ୍କୁ ଖୋଜି ବାହାର କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ । ଏଥିସହ ଜଙ୍ଗଲରେ ପାଟ୍ରୋଲିଂକୁ ଜୋରଦାର କରାଯିବ ବୋଲି କହିଛନ୍ତି ।

The post ଦନ୍ତାର ହୋଇଥିଲା ମଲ୍ଟି ଅର୍ଗାନ ଫେଲ୍‌, ସେପ୍ଟିସିମିଆରୁ ଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/mN2uQn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages