ଭୁବନେଶ୍ୱର ଫେରିଲେ ବାବୁଶାନ, କହିଲେ-ପ୍ରଥମେ ବାପାମା’ଙ୍କ ପାଖକୁ ଯିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 26, 2022

ଭୁବନେଶ୍ୱର ଫେରିଲେ ବାବୁଶାନ, କହିଲେ-ପ୍ରଥମେ ବାପାମା’ଙ୍କ ପାଖକୁ ଯିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଏକ ପ୍ରକାର ଯବନିକା ପଡ଼ିଲା। ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁଶାନ । ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ବାବୁଶାନ କେବେ ଫେରିବେ  ତାହା ଉପରେ ସମସ୍ତଙ୍କ ନଜର ଥିଲା।

ଏହାପରେ ଆଜି ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ବାବୁଶାନ । ସେଠାରୁ ସେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ଘରେ ଥିବା ନିଜ ବାପାମା’ଙ୍କ ପାଖକୁ ଯାଇଛନ୍ତି। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ବାବୁଶାନ ।

ଗତକାଲି ବାବୁଶାନ ମହାନ୍ତିଙ୍କ ଚେନ୍ନାଇ ଏୟାରପୋର୍ଟରେ ଥିବା ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ଏହାପରେ ବି ସେ ଭୁବନେଶ୍ୱର ଫେରି ନ ଥିବା ବେଳେ ଆଜି ସକାଳେ ଫେରିଛନ୍ତି।

ଭୁବନେଶ୍ୱର ବିମାନବନ୍ଦରରେ ବାବୁଶାନ ।

ପ୍ରକୃତି-ତୃପ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରକୃତି ମିଶ୍ର। ଏହାପରେ ସେ ସତ୍ୟବିହାରସ୍ଥିତ ନିଜ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ପଚରାଉଚରା କରିଥିଲା ଖାରବେଳନଗର ପୁଲିସ୍‌। ହେଲେ ଫେରି ନ ଥିଲେ ବାବୁଶାନ । ପଚରାଉଚରା ନିମନ୍ତେ ପୁଲିସ୍‌ ତାଙ୍କୁ ନୋଟିସ କରିଥିବା ବେଳେ ଆଜି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁଲିସ୍‌ ତାଙ୍କୁ ପଚରାଉଚରା କରିବ ବୋଲି ଅନୁମାନ କରାଯାଉଛି।

ରାଜଧାନୀର ସତ୍ୟନଗର ରାସ୍ତାରେ ପ୍ରାୟ ୪ ଦିନ ତଳେ ବାବୁଶାନ -ତୃପ୍ତି- ପ୍ରକୃତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିବା ବେଳେ  ଚେନ୍ନାଇ ପଳାଇଥିଲେ ବାବୁଶାନ ଓ ପ୍ରକୃତି।  ଉଭୟ ଚେନ୍ନାଇକୁ ଫିଲ୍ମ ‘ଦମନ’ର ପ୍ରମୋଶନ ପାଇଁ ଯାଇଥିଲେ। ଏହାପରେ ଗତ ସୋମବାର ପ୍ରକୃତିଙ୍କ ବାପାମା’ ଚେନ୍ନାଇ ଯାଇଥିବା ବେଳେ ସେଠାରୁ ସେ ଗତକାଲି ଭୁବନେଶ୍ୱର ଫେରିଥିଲେ।  ଏହାପରେ  ବାବୁଶାନ କେବେ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା।

ଏପରିକି ପୁଅକୁ ଫେରି ଆସିବା ପାଇଁ କୋହଭରା କଣ୍ଠରେ ଅନୁରୋଧ କରିଥିଲେ ଅପରାଜିତା।  ପିତା ଉତ୍ତମ ମହାନ୍ତିଙ୍କ ଶରୀର ଅସୁସ୍ଥ ଥିବାରୁ ପୁଅକୁ ଫେରି ଆସିବାକୁ ଗୁହାରୀ କରିଥିଲେ ଅପରାଜିତା। ଏହାପରେ ଆଜି ସକାଳେ ବାବୁଶାନ ପହଞ୍ଚି ସିଧାସଳଖ ନିଜ ବାପାମା’ଙ୍କ ପାଖକୁ ଯାଇଥିବା କହିଛନ୍ତି।

 

The post ଭୁବନେଶ୍ୱର ଫେରିଲେ ବାବୁଶାନ, କହିଲେ-ପ୍ରଥମେ ବାପାମା’ଙ୍କ ପାଖକୁ ଯିବି appeared first on Odisha Reporter.



from Odisha Reporter https://ift.tt/5beB7di

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages