ଜୟପୁର: ପାକିସ୍ତାନ ସୁନ୍ଦରୀଙ୍କ ଜାଲରେ ଜଣେ ଭାରତୀୟ ଯବାନ। ହନିଟ୍ରାପରେ ଫସି ସେନାର ବହୁ ଗୁରୁତ୍ୱ ପୂର୍ଣ୍ଣ ଗୋପନୀୟ ତଥ୍ୟ ଲିକ୍ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯବାନ ଜଣକ ହେଉଛନ୍ତି ଶାନ୍ତିମୟର ରାଣା। ପାକିସ୍ତାନକୁ ସେନାର ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୨ ଜଣ ପାକିସ୍ତାନ ଯୁବତୀଙ୍କ ପ୍ରେମ ଜାଲରେ ଫସି ସମ୍ପୃକ୍ତ ଯୁବକ ଦେଶର ସୁରକ୍ଷା ସହ ସାଲିସ କରିଥିବା ଜଣାପଡ଼ିଛି। ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହେବା ପରେ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ବାଗୁଣ୍ଡା ଜିଲ୍ଲା କାଞ୍ଚନପୁରର ଗାଁରେ ଶାନ୍ତିମୟଙ୍କ ଘର। ଜୟପୁରର ଆରେତେରେ ୟୁନିଟରେ ସେ ଅବସ୍ଥାପିତ ଥିଲେ।
ରାଜସ୍ଥାନ ପୁଲିସର ଗୋଇନ୍ଦା ବିଭାଗ ଡିଜି ଜେନେରାଲ ଉମେଶ ମିଶ୍ରା କହିଛନ୍ତି ଯେ, ପାକିସ୍ତାନ ଏଜେଣ୍ଟ ଗୁରୁନର କୌର ଓରଫ ଅଙ୍କିତା ଏବଂ ନିଶା ସମ୍ପୃକ୍ତ ଯବାନ ରାଣାଙ୍କୁ ଯୋଗାଯୋଗ କରିଥିଲେ। ସୋଶାଲ ମିଡିଆ ଦ୍ୱାରା ଏମାନଙ୍କ ସହ ପରିଚୟ ହୋଇଥିଲା। ପରେ ୨ ଜଣ ମହିଳା ରାଣାଙ୍କ ନମ୍ବର ନେଇଥିଲେ। ଉଭୟେ ଯୁବରତୀ ହ୍ୱାଟସ୍ଆପ୍ରେ ରାଣାଙ୍କ ସହ କଥା ହେଉଥିଲେ। ପ୍ରଥମେ ସେମାନେ ରାଣାଙ୍କ ବିଶ୍ୱାସ ଜନ୍ମାଇ ପରେ ସେନାର ଗୋପନୀୟ ତଥ୍ୟ ମାଗିଥିଲେ। ଏହା ବଦଳରେ ରାଣାଙ୍କ ଆକାଉଣ୍ଟକୁ କିଛି ଟଙ୍କା ଟ୍ରାନ୍ସଫର ହୋଇଛି।
୨୦୧୮ରୁ ରାଣା ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ନିୟମିତ ଭାବେ ପାକିସ୍ତାନ ଏଜେଣ୍ଟ ତଥା ସମ୍ପୃକ୍ତ ଯୁବତୀଙ୍କ ସହ ହ୍ୱାଟସ୍ଆପ୍ରେ ଯୋଗଯୋଗରେ ରହୁଥିଲେ। ସେମାନଙ୍କ ମଧ୍ୟରେ ଅଡ଼ିଓ ମେସେଜ, ଭିଡିଓ ଦିଆନିଆ ଚାଲିଥିଲା। ଯୁବତୀ ୨ ଜଣ ନକଲି ପରିଚୟ ଦେଇ ଉତ୍ତରପ୍ରଦେଶ ଶାହଜାନପୁର ବାସିନ୍ଦା ବୋଲି କହିଥିଲେ। ଜଣେ ମିଲିଟାରୀ ଇଞ୍ଜିନିୟରିଂରେ କାମ କରୁଥିବା ରାଣାଙ୍କୁ କହିଥିଲେ। ଅନ୍ୟ ଜଣେ ନିଜକୁ ନିଶା ବୋଲି ପରିଚୟ ଦେଇ ସେ ମିଲିଟାରୀ ନର୍ସିଂରେ କାମ କରୁଥିବା କହିଥିଲେ। ତଦନ୍ତ ବେଳେ ଏ ସବୁ ତଥ୍ୟ ଖୁଲାସା ହୋଇଛି।
The post ପାକିସ୍ତାନ ସୁନ୍ଦରୀଙ୍କ ଜାଲରେ ଫସି ଦେଶ ସହ ବେଇମାନି, ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/C9asuz3
No comments:
Post a Comment