ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେନି ବାବୁଶାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 23, 2022

ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେନି ବାବୁଶାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ ଅଭିନେତା ବାବୁଶାନ ମହାନ୍ତି। କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ। ଶନିବାରର ଘଟଣା ପରେ ଚେନ୍ନାଇ ଗସ୍ତରେ ଥିବା ବାବୁଶାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତାରେ ଏହା ଜଣାଇଛନ୍ତି।

ଏହି ଭିଡିଓରେ ବାବୁଶାନ କହିଛନ୍ତି, ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନ୍‌ଭାଇଟେଡ୍‌ ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ।

ଶନିବାର ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଅଟକାଇଥିଲେ। ସେଠାରେ ପ୍ରକୃତିଙ୍କୁ ତୃପ୍ତି ଟଣାଓଟରା ଓ ଗାଳିଗୁଲଜ କରିଥିଲେ। ପ୍ରକୃତି ତାଙ୍କ ପରିବାର ନଷ୍ଟ କରି ଦେଇଛନ୍ତି ବୋଲି ତୃପ୍ତି କହିଥିଲେ।

ଏହି ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଛନ୍ତି। ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ଦ୍ୱାରା ତାଙ୍କ ଝିଅର ସମ୍ମାନହାନି ହୋଇଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଗତକାଲି ପ୍ରକୃତିଙ୍କ ବିରୋଧରେ ଏତଲା ଦେବା ପରେ ବାବୁଶାନଙ୍କ ପତ୍ନୀ ତୃପ୍ତି କହିଥିଲେ, ଦୁଇ ବର୍ଷ ଧରି ଏ ଘଟଣା ଚାଲିଛି। ଏ କଥା ଜଣା ପଡ଼ିବା ପରେ ବୈବାହିକ ଜୀବନକୁ ସଜାଡ଼ିବା ପାଇଁ ମୁଁ ବାବୁଶାନଙ୍କୁ ବହୁତ ଚାନ୍ସ ଦେଇଛି। ମୁଁ ମୋ’ ଆଡୁ ବହୁବାର ଚେଷ୍ଟା କରିଛି। ଯେଉଁ ଗୁଡ୍‌ ଫ୍ରେଣ୍ଡ କଥା କୁହାଯାଉଛି, ତାହା ଗୁଡ୍‌ ଫ୍ରେଣ୍ଡ ନୁହେଁ। ବହୁ ସ୍ଥାନରେ ମୁଁ ସେମାନଙ୍କୁ ଧରିଛି। ୪ ଥର ସେମାନଙ୍କୁ ରେଡ୍‌ ହେଣ୍ଡେଡ୍‌ ଧରିଛି। ବାବୁଶାନ୍ ମୋର ଛୋଟ ବେଳର ସାଙ୍ଗ ହୋଇଥିବାରୁ ମୁଁ ତାଙ୍କୁ ବହୁ ବୁଝାଇଥିଲି। ମୁଁ ସେ ସମ୍ପର୍କକୁ ଫେରି ପାଇବା ପାଇଁ ଆଉ ଥରେ ଚାନ୍ସ ଦେବାକୁ ପ୍ରସ୍ତୁତ ଅଛି।

The post ପ୍ରକୃତିଙ୍କ ସହିତ ଆଉ ଫିଲ୍ମ କରିବେନି ବାବୁଶାନ appeared first on Odisha Reporter.



from Odisha Reporter https://ift.tt/iE6fsbh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages