ଗୋଲ୍‌ଡେନ୍‌ ବୟ ନୀରଜ ଜିତିଲେ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 23, 2022

ଗୋଲ୍‌ଡେନ୍‌ ବୟ ନୀରଜ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଲେ ଗୋଲ୍‌ଡେନ୍‌ ବୟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ନୀରଜ ଚୋପ୍ରା ଜିତିଲେ ରୌପ୍ୟ। ଜାଭଲିନ୍ ଥ୍ରୋର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି।  ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ଜାଭଲିନ୍ ଥ୍ରୋରେ ଏଣ୍ଡରସନ୍‌ ପିଟର୍ସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି।

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହା ପୂର୍ବରୁ ଅଞ୍ଜୁ ବବି ଜର୍ଜଙ୍କୁ ଏହି ସଫଳତା ମିଳିଥିଲା। ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ସେ ଲଙ୍ଗ୍ ଜମ୍ପରେ ପଦକ ହାସଲ କରିଥିଲେ। ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ପାଇଥିବା ବେଳେ ନୀରଜ ରୌପ୍ୟ ପଦକ ପାଇଛନ୍ତି।

୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି।

 

 

 

The post ଗୋଲ୍‌ଡେନ୍‌ ବୟ ନୀରଜ ଜିତିଲେ ରୌପ୍ୟ appeared first on Odisha Reporter.



from Odisha Reporter https://ift.tt/QqpYfIE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages