ଦ୍ରୌପଦୀ ମୁର୍ମୁଙ୍କୁ ୬୪%, ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ରହିଛି ସର୍ବାଧିକ ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 21, 2022

ଦ୍ରୌପଦୀ ମୁର୍ମୁଙ୍କୁ ୬୪%, ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ରହିଛି ସର୍ବାଧିକ ଭୋଟ

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି। ତାଙ୍କ ଭୋଟ ଭାଗ ୬୪% ଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୬% ଭୋଟ।

ଦ୍ରୌପଦୀଙ୍କ ପୂର୍ବରୁ ୧୪ ଜଣ ରାଜନେତା ଦେଶର ସର୍ବୋଚ୍ଚ ପଦରେ ବସିବାର ଗୌରବ ହାସଲ କରିଛନ୍ତି। ଏହି ୧୪ ଜଣଙ୍କ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଡ ରାଜେନ୍ଦ୍ର ପ୍ରସାଦ ଦୁଇ ଥର ରାଇସିନା ହିଲ୍‌କୁ ଯିବାର ସୌଭାଗ୍ୟ ପାଇଛନ୍ତି। ସେ ୧୯୫୨ ଓ ୧୯୫୭ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିଲେ।

ସେହିପରି ସର୍ବାଧିକ ଭୋଟ ପାଇ ବିଜୟ ହାସଲ କରିଥିବା ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ୧୯୫୨ରେ ରାଜେନ୍ଦ୍ର ପ୍ରସାଦଙ୍କ ଭୋଟ ଭାଗ ୮୩.୮୧% ଥିଲା। ଦ୍ୱିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ଭୋଟ ଭାଗ ମାତ୍ର ୧୫.୩୩% ଥିଲା। ତେବେ ୧୯୫୭ରେ ରାଜେନ୍ଦ୍ର ପ୍ରସାଦ ରେକର୍ଡ କରିଥିଲେ। ସେହିବର୍ଷ ତାଙ୍କ ସପକ୍ଷରେ ୯୮.୯୯% ଭୋଟ ପଡ଼ିଥିଲା। ଏଯାଏ ଏହି ରେକର୍ଡ କେହି ବି ଭାଙ୍ଗି ପାରି ନାହାନ୍ତି।

ତାଙ୍କ ପଛକୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରହିଛନ୍ତି। ସେ ୧୯୬୨ରୁ ୧୯୬୭ ଯାଏ ଦେଶର ରାଷ୍ଟ୍ରପତି ଭାବେ କାମ କରିଥିଲେ। ତାଙ୍କ ଭୋଟ ଭାଗ ୯୮.୨୫% ଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ସଦସ୍ୟଙ୍କୁ ମାତ୍ର ୧.୧୩% ଭୋଟ ମିଳିଥିଲା।

ନିର୍ଦ୍ୱନ୍ଦ୍ୱରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଏକମାତ୍ର ସଦସ୍ୟ ହେଉଛନ୍ତି ନୀଲମ ସଞ୍ଜୀବ ରେଡ୍ଡି। ସେ ୧୯୭୭ରେ ଏହି ରେକର୍ଡ କରିଥିଲେ। କ୍ଷମତାସୀନ ଜନତା ପାର୍ଟି ସମର୍ଥନରେ ସେ ଜିତିଥିଲେ। ତାଙ୍କ ବିରୋଧରେ ୩୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ସମସ୍ତଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏହାପୂର୍ବରୁ ୧୯୬୯ରେ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା।

ରାଷ୍ଟ୍ରପତି ନିର୍ବାଚନ ଇତିହାସ‌ରେ ଭିଭି ଗିରି ସବୁଠୁ କମ୍‌ ଭୋଟ୍‌ରେ ଜିତିଛନ୍ତି। ସେ ଦେଶର ପ୍ରଥମ ତଥା ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ନୀଲମ ସଞ୍ଜୀବ ରେଡ୍ଡି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଭିଭି ଗିରି ୫୦.୯% ଭୋଟ ସହ ନିର୍ବାଚନ ଜିତିଥିଲେ।

୧୯୬୭ ରାଷ୍ଟ୍ରପତି ନିର୍ବାଚନ‌ରେ ଜାକିର ହୁସେନ ୫୬.୨% ଭୋଟ ପାଇ ଜିତିଥିଲେ। ସେ ଦେଶର ପ୍ରଥମ ମୁସଲିମ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ୩ଥର ୯୦%ରୁ ଅଧିକ ଭୋଟ ପାଇ ଜଣେ ସଦସ୍ୟ ବିଜୟୀ ହୋଇଛନ୍ତି। ଡ ରାଜେନ୍ଦ୍ର ପ୍ରସାଦ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ କେଆର ନାରାୟଣ ୧୯୯୭ରେ ୯୪.୯୭% ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ। ଡ ଏପିଜେ ଅବଦୁଲ କଲାମ ମଧ୍ୟ ୯୦% ପାଖାପାଖି ଭୋଟ ପାଇଥିଲେ। ୨୦୦୨ରେ ରାଷ୍ଟ୍ରପତି ହୋଇଥିବା କଲାମଙ୍କୁ ୮୯.୫୮% ଭୋଟ ମିଳିଥିଲା।

କାହାକୁ କେତେ ଭୋଟ ମିଳିଥିଲା

୧- ଡ ରାଜେନ୍ଦ୍ର ପ୍ରସାଦ-୧୯୫୨ରେ ୮୩% ଓ ୧୯୫୭ରେ ୯୮.୯୯%

୨-ସର୍ବପଲ୍ଲୀ ରାଧାକ୍ରିଷ୍ଣନ-୧୯୬୨-୯୮.୨%

୩-ଜାକିର ହୁସେନ-୧୯୬୭-୫୬.୨%

୪-ଭିଭି ଗିରି-୧୯୬୯-୫୦.୯%

୫-ଫାକରୁଦ୍ଦିନ ଅଲୀ ଅହମଦ-୭୮.୯%

୬-ନୀଲମ ସଞ୍ଜୀବ ରେଡ୍ଡି- ଅପ୍ରତିଦ୍ୱନ୍ଦ୍ୱୀ

୭-ଜୈଲ ସିଂହ-୧୯୮୨-୭୨.୨%

୮-ଆର ଭେଙ୍କଟରମଣ-୧୯୮୭-୭୨.୩%

୯-ଶଙ୍କର ଦୟାଲ ଶର୍ମା-୧୯୯୨-୬୫.୭%

୧୦-କେଆର ନାରାୟଣ- ୧୯୯୭-୯୫%

୧୧-ଏପିଜେ ଅବଦୁଲ କଲାମ-୨୦୦୨-୮୯.୬%

୧୨-ପ୍ରତିଭା ପାଟିଲ-୨୦୦୭-୬୫.୮%

୧୩-ପ୍ରଣବ ମୁଖାର୍ଜୀ-୨୦୧୨-୬୯.୩%

୧୪-ରାମନାଥ କୋବିନ୍ଦ-୨୦୧୭-୬୫.୭%

The post ଦ୍ରୌପଦୀ ମୁର୍ମୁଙ୍କୁ ୬୪%, ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ରହିଛି ସର୍ବାଧିକ ଭୋଟ appeared first on Odisha Reporter.



from Odisha Reporter https://ift.tt/D1Y4uXP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages