ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ।
ଏହି ବନ୍ଦ ଡାକରା ଯୋଗୁ ଢେଙ୍କାନାଳ ସହରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗାଡ଼ି ଚଳାଚଳ ସହିତ ଦୋକାନବଜାର ବନ୍ଦ ରହିଛି। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ଜାତୀୟ ରାଜପଥର କଲେଜ ବାଇପାସ ଛକ, କାମାକ୍ଷାନଗର ଛକ ଓ ଭାପୁର ଛକ ନିକଟରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଏହାସହ ଶ୍ୟାମାଚରଣପୁର ପିଏଚ୍ ନିକଟରେ ରେଳରୋକ କରାଯାଇଛି।
ମିଳିତ ବଜାର କମିଟି, ଜିଲ୍ଲା ବଣିକ ସଂଘ, ବସ୍ ଟ୍ରକ ମାଲିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ ଓ ବିଭିନ୍ନ ସ୍ୱେଚ୍ଛାସେବୀ ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ବିଳମ୍ବ ହୋଇ ଚାଲିଛି। ପୂର୍ବରୁ ଥିବା ୫୫ ନମ୍ବର ଜାତୀୟ ରାଜପଥରେ ବଡ ବଡ ଖାଲ ଖମା ହେବା ସହ ରାସ୍ତା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି। ବାରମ୍ଵାର ଜଣାଇବା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।
The post ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ, ଜୀବନଯାତ୍ରା ଠପ୍ appeared first on Odisha Reporter.
from Odisha Reporter https://ift.tt/ar2OjZh
No comments:
Post a Comment