ଆସନ୍ତାକାଲି ରଥ ହେବ ଦକ୍ଷିଣମୋଡ଼, ଅନୁଷ୍ଠିତ ହେବ ରାହାସ ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 5, 2022

ଆସନ୍ତାକାଲି ରଥ ହେବ ଦକ୍ଷିଣମୋଡ଼, ଅନୁଷ୍ଠିତ ହେବ ରାହାସ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଡ଼ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ। ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କରିଥିବା ଅଭିମାନକୁ ରଥ ଉପରେ ସୁଝାଇଛନ୍ତି। ନନ୍ଦିଘୋଷ ରଥ ଭାଙ୍ଗି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି। ତେଣୁ ଆସନ୍ତାକାଲି ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ହେବେ। ଏଥିନିମନ୍ତେ ତିନିରଥ ଦକ୍ଷିଣମୋଡ଼ ହେବ।

ଆସନ୍ତାକାଲି ସପ୍ତମୀ ତିଥି।  ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଯିବ। ଘଣ୍ଟ, ଛତା, କାହାଳୀ ଏହି ସମୟରେ ଆଜ୍ଞାମାଳ ସହ ରଥ ନିକଟରେ ପହଞ୍ଚିବ। ଏହି ଅଜ୍ଞାମାଳ ରଥରେ ଲାଗି ହେବ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ହେବ। ପ୍ରଥମେ ଶ୍ରୀସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ। ସମସ୍ତ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲି ରହିବ।

ଅନ୍ୟପଟେ ଆସନ୍ତାକଲି ଠାରୁ ଆଡ଼ପ ମଣ୍ଡପରେ ରାହାସ ନୀତି ଅନୁଷ୍ଠିତ ହେବ। ପ୍ରତ୍ୟହ ଆସନ୍ତା ୩ଦିନ ସନ୍ଧ୍ୟାଧୂପ ପରେ ମଦନମୋହନ ଜଗମୋହନରେ ସିଂହାସନ ଉପରେ ବିଜେ କରିବେ। ସେଠାରେ ତାଙ୍କୁ ପୂଜାପଣ୍ଡା ସର୍ପା ମଣୋହିରେ କୋରା ଭାଗ କରିବେ। ଭୋଗ ପରେ ବନ୍ଦାପନା କରାଯିବ।

The post ଆସନ୍ତାକାଲି ରଥ ହେବ ଦକ୍ଷିଣମୋଡ଼, ଅନୁଷ୍ଠିତ ହେବ ରାହାସ ନୀତି appeared first on Odisha Reporter.



from Odisha Reporter https://ift.tt/UutT8Rr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages