ବିଜେଡିର ଇଏ କି ପ୍ରେମ: ଦ୍ରୌପଦୀଙ୍କ ପାଇଁ ନା, ନିଜ ଭୋଟବ୍ୟାଙ୍କ ପାଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 5, 2022

ବିଜେଡିର ଇଏ କି ପ୍ରେମ: ଦ୍ରୌପଦୀଙ୍କ ପାଇଁ ନା, ନିଜ ଭୋଟବ୍ୟାଙ୍କ ପାଇଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ନିଜ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିବେ । ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସରକାର ଗଠନ ଓ ବିଭିନ୍ନ ରାଜନୀତିକ ଦଳ ନିଜଆଡ଼ୁ ସମର୍ଥନ ଘୋଷଣା କରିବା ପରେ ସଂଖ୍ୟାଗଣିତ ଦୃଷ୍ଟିରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ଜିତିବା ନିଶ୍ଚିତ ଥିବାବେଳେ ତାଙ୍କୁ ସମର୍ଥନ ଦେବାକୁ ଯାଇ ଓଡ଼ିଶାରେ କ୍ଷମତାସୀନ ବିଜେଡି ଯେଉଁ ରାଜନୀତିକ ଡ୍ରାମା ଆରମ୍ଭ କରିଛି ତାହା ‘ଯାଚି କଲ୍ୟାଣ, ମାଗି ଓଳିିକି’ ସଦୃଶ ହୋଇଛି।

କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱର ନୀତି କଥା କହୁଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ପ୍ରତ୍ୟେକ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନଡିଏ ସରକାରକୁ ଉପରେ ପଡ଼ି ସମର୍ଥନ ଦେଉଆସୁଛି, ଆଉ ଏବେ ଏବେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ଆଳରେ ଯେଭଳି ଆଚରଣ କରୁଛି ତାକୁ ନେଇ ରାଜ୍ୟ ରାଜନୀତିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । ତେବେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ନାଁରେ ବିଜେଡି ଏଭଳି କାହିଁକି ଅସ୍ୱାଭାବିକ ଆଚରଣ କରୁଛି ଓ ଏଥିରୁ ବିଜେଡିକୁ କ’ଣ ଫାଇଦା ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ । ଓଡ଼ିଶାର ଆଦିବାସୀ ମହିଳା ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଏବେ ବିଭିନ୍ନ ରାଜନୀତିକ ଦଳ ନିଜର ସମର୍ଥନ ଘୋଷଣା କରିସାରିଥିବାରୁ ଦେଶର ସର୍ବୋଚ୍ଚ ପଦବୀ(ରାଷ୍ଟ୍ରପତି)ରେ ଜଣେ ଆଦିବାସୀଙ୍କୁ ଦେଖିବାକୁ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପ୍ରଥମଥରୁ ଏନଡିଏ ସୁବିଧାଜନକ ସ୍ଥିତିରେ ଥିବାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ କେବଳ ନାମକୁ ମାତ୍ର ହେବ । କିନ୍ତୁ ବିଜେପି ନେତ୍ରୀ ଦ୍ରୌପଦୀଙ୍କୁ ଭୋଟ୍ ଦେବା ପାଇଁ ଓଡ଼ିଶାରେ କ୍ଷମତାସୀନ ବିଜେଡି ଯେଉଁ ଭଳି ଆଚରଣ କରୁଛି ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଓଡ଼ିଶାରେ ବିରୋଧୀ ଦଳ ଭାବେ ବିଜେପି କାର୍ଯ୍ୟ କରୁଛି । ଆଉ ଦ୍ରୌପଦୀ ବିଜେପି ନେତ୍ରୀ । ତାଙ୍କ ସପକ୍ଷରେ ବିଭିନ୍ନ ଦଳକୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା କାମ ବିଜେପି କରିବା କଥା । କିନ୍ତୁ ଓଡ଼ିଶାରେ ବିଜେପି ବଦଳରେ ସେହି କାର୍ଯ୍ୟ ବିଜେଡି କରୁଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଦେଶରେ ରହି ଟ୍ୱିଟ୍ ଯୋଗେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେବା ଏବଂ ଆଜି ନିଜେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଡାକି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି । ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନ୍ ଯୋଗେ ନିଜେ କଥା ହେବା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ପ୍ରଣବପ୍ରକାଶ ଦାସଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇବା ଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପାଖକୁ ମଧ୍ୟ ଅନୁରୂପ ଭାବେ ଦଳୀୟ ନେତାଙ୍କୁ ପଠାଇ ବିଜେଡି ଏହି ରାଷ୍ଟ୍ରପତି ନିର୍ବାଚନ ଆଳରେ

ନିଜର ରାଜନୀତିକ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଚାହୁଁଛି । ଯଦିଓ କଂଗ୍ରେସ ଏକ ଜାତୀୟ ଦଳ ଓ ଏଠାରେ ଥିବା କଂଗ୍ରେସର ବିଧାୟକମାନେ ଦଳୀୟ ନିଷ୍ପତ୍ତିକୁ ମାନିବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ତଥାପି ବିଜେଡି ଉପରେ ପଡ଼ି ଲଜ୍ୟାହୀନ ହୋଇ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଛି । ରାଜ୍ୟ ବିଜେପିର ନିରବତା ମଧ୍ୟ ସମର୍ଥନ ସଂଗ୍ରହକୁ ନେଇ ନବୀନଙ୍କ ଏଭଳି ରାଜନୀତିକ ଡ୍ରାମାକୁ ବେଶ୍ ସୁହାଇଛି । ରାଜ୍ୟର ପ୍ରାୟ ୨୩ ପ୍ରତିଶତ ଲୋକ ଆଦିବାସୀ । ଦ୍ରୌପଦୀ ଆଦିବାସୀ ସମୁଦାୟର ହୋଇଥିବାବେଳେ ଜଣେ ମହିଳା, ପୁଣି ଓଡ଼ିଶାର ଝିଅ । ରାଜନୀତିକ ଦୃଷ୍ଟିରୁ ତାଙ୍କୁ ସମର୍ଥନ କରିବା ବ୍ୟତୀତ ବିଜେଡି ପାଖରେ କୌଣସି ବିକଳ୍ପ ନାହିଁ । ଦ୍ରୌପଦୀଙ୍କ ଜିତିବା ମଧ୍ୟ ନିଶ୍ଚିତ ବୋଲି ବିଜେଡି ଭଲ ଭାବେ ଜାଣିଛି । ତେଣୁ ଏହି ବାଧ୍ୟବାଧକତାକୁ ବିଜେଡି ନିଜର ସୁଯୋଗ ଭାବେ ପ୍ରତିପାଦନ କରିବା ପାଇଁ ନିଜର ନୀତି-ନୈତିକତା ଓ ସମଦୂରତ୍ୱ ନୀତିକୁ ବଳି ପକାଇ ଦେଇଛି । ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ କାଳେ ଆଦିବାସୀ ଭୋଟକୁ ବିଜେଡିଠୁ ଛଡ଼ାଇ ନେବ ସେହି ଭୟରେ ବିଜେଡି ଏବେ ଉପରେ ପଡ଼ି ସମର୍ଥନ ଯୋଗାଡ଼ରେ ମାତିଛି । ଯେଉଁ ବିଜେଡି ସରକାର ଗତ ୪ବର୍ଷ ଧରି ଆଦିବାସୀ ଉପଦେଷ୍ଟା ପରିଷଦକୁ ପଙ୍ଗୁ କରି ରଖିଛି, ଆଦିବାସୀ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦକୁ ପୁନର୍ଗଠନ କରୁନି, ଆଦିବାସୀଙ୍କୁ ଜଙ୍ଗଲ ଜମି ଉପରେ ହକ୍ ଦେଉନି ସେହି ବିଜେଡି ଏବେ ଦ୍ରୌପଦୀଙ୍କ ପାଇଁ ଆଦିବାସୀଙ୍କ ହିତୌଷୀ ସାଜିଛି ।

ରାଜନୀତିକ ବିଶେଷଜ୍ଞଙ୍କ ମତରେ, ଦ୍ରୌପଦୀଙ୍କୁ ସମର୍ଥନ କରିବା ବ୍ୟତୀତ ଅନ୍ୟ ବିକଳ୍ପ ବିଜେଡି ପାଖରେ ନାହିଁ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ଅସନ୍ତୁଷ୍ଟ କରିବା ଭଳି କୌଣସି ପଦକ୍ଷେପ ନେବା ମଧ୍ୟ ବିଜେଡି ପକ୍ଷେ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ଭବପର ନୁହେଁ । ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଯେ କେତେ ଭୟଙ୍କର ତାହା ପଶ୍ଚିମବଙ୍ଗ ମାମଲାରେ ବିଜେଡି ଅନୁଭବ କରିସାରିଛି । ତେଣୁ ଏହି ବାଧ୍ୟବାଧକତାକୁ ଜାଣି ବିଜେଡି ଏବେ ଦ୍ରୌପଦୀଙ୍କ ନାଁରେ ରାଜ୍ୟର ଝିଅ ବୋଲି କହି ଭୋଟ୍ ଭିକ୍ଷା କରୁଛି । ଏସବୁ ରାଜନୀତିକ ଡ୍ରାମାରୁ ବିଜେଡିକୁ ବିଶେଷ ଫାଇଦା ହେବ ନାହିଁ । ବରଂ ବିଜେଡି ନିଜର ନୀତି ଆଦର୍ଶ ସହ ସାଲିସ୍ କରୁଛି ବୋଲି ପ୍ରମାଣିତ ହୋଇଛି । ବିଜେଡି ପାଖରେ ମାତ୍ର ୨.୯୨ ପ୍ରତିଶତ ଭୋଟ୍ ରହିଛି । ଯଦି ବିଜେଡି ଏହି ଭୋଟ୍ ଦ୍ରୌପଦୀଙ୍କୁ ନଦିଏ, ତଥାପି ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ । ତେଣୁ ଦ୍ରୌପଦୀଙ୍କ ଆଳରେ ବିଜେଡି କେବଳ ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ଚାହୁଁଛି । ଆଉ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରି ଏନଡିଏର ନିକଟତର ବୋଲି ହେଉଥିବା ଚର୍ଚ୍ଚା ଉପରେ ମଧ୍ୟ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

The post ବିଜେଡିର ଇଏ କି ପ୍ରେମ: ଦ୍ରୌପଦୀଙ୍କ ପାଇଁ ନା, ନିଜ ଭୋଟବ୍ୟାଙ୍କ ପାଇଁ appeared first on Odisha Reporter.



from Odisha Reporter https://ift.tt/w0FLpX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages