ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା। ବିପକ୍ଷର ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲ୍ଭାଙ୍କ ନାଁ ଘୋଷଣା କରିଥିଲେ ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାର। ମାର୍ଗାରେଟଙ୍କ ପୂର୍ବରୁ ଗତକାଲି ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଗଦୀପ ଧନଖଡ଼ ନାମାଙ୍କନ ଦାଖଲ କରିସାରିଛନ୍ତି।
ସଂସଦର ସଚିବାଳୟରେ ପହଞ୍ଚି ଜଗଦୀପ ନାମାଙ୍କନ ଭରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରାୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱଲେ, ବିଜେଡିରୁ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଧନଖଡ଼ଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦି ହିଁ ଦସ୍ତଖତ କରିଥିଲେ। ଏଥିସହ ତାଙ୍କ ପ୍ରାର୍ଥିପତ୍ରକୁ ମୋଦି ହିଁ ରିଟର୍ଣ୍ଣିଂ ଅଫିସରଙ୍କୁ ହସ୍ତାନ୍ତର କରିଥିଲେ।
ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ। ଧନଖଡ଼ଙ୍କ ଲଢେଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ସହ ହେବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଚାରି ଚାରି ଥର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ମାର୍ଗାରେଟ୍ ଆଲ୍ଭା। ୭୭ ବର୍ଷିୟ ଆଲ୍ଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି। ଏଥିସହ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେହିପରି ଜଗଦୀପ ଧନଖଡ଼ ଏବେ ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି।
The post ଉପରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ଭରିବେ ମାର୍ଗାରେଟ appeared first on Odisha Reporter.
from Odisha Reporter https://ift.tt/G52k1Na
No comments:
Post a Comment