ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜିପ କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଗଲାଣି। ହେଲେ ତାଙ୍କ ଆତ୍ମହତ୍ୟା ପଛରେ ଥିବା ୩ ସିନିୟରଙ୍କୁ ଏଯାଏ ଖୋଜି ପାଇଲାନି ପୁଲିସ୍। ଏହା ପ୍ରତିବାଦରେ ତଥା ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରା଼ସ୍ତାକୁ ଓହ୍ଳାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ ।
ଆଜି ସକାଳ ୬ଟାରୁ ସନ୍ଧ୍ୟା ସଂଧ୍ୟା ୬ଟା ବନ୍ଦ ପାଳନ ଡାକରା ଦିଆଯାଇଛି। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯିବ । ବନ୍ଦ ପାଳନ ସମୟରେ ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଛି ସଂଗଠନ । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ ।
ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନର ଓଡ଼ିଶା ବନ୍ଦ ଡାକରା ଦୃଷ୍ଟିରୁ ରଖି ଲୋକସେବା ଭବନ ଓ ଖାରବେଳ ଭବନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦିଆଯାଇଥିବା ଏହି ପ୍ରସ୍ତାବିତ ଧର୍ମଘଟ ଡାକରା ପାଇଁ ଆନ୍ଦୋଳନକାରୀମାନେ ସଡ଼କ ଓ ରେଳରୋକ ସହ ସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ସକାଳ ସାଢେ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଏ ସଂକ୍ରାନ୍ତରେ ଚିଠି କରାଯାଇଛି । ସେହିଭଳି ସକାଳ ୧୦ଟା ୧୫ ସୁଦ୍ଧା ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ ହେବାକୁ ଥିବାରୁ ପଛ ଫାଟକରେ ଯାତାୟତ କରାଯାଇପାରିବ ବୋଲି କୁହାଯାଇଛି।
The post ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା appeared first on Odisha Reporter.
from Odisha Reporter https://ift.tt/WBHK7Lu
No comments:
Post a Comment