କାନପୁର: ବର୍ତ୍ତମାନ ନିଜର ବିଚାରଧାରା ଓ ରାଜନୀତିକ ସ୍ୱାର୍ଥକୁ ସମାଜ ଏବଂ ଦେଶର ସ୍ୱାର୍ଥଠାରୁ ଅଧିକ ଗୁରୁତ୍ୱ ଦେବାର ଟ୍ରେଣ୍ଡ ଆରମ୍ଭ ହୋଇଛି। କିନ୍ତୁ ନିଜର ସ୍ୱାର୍ଥକୁ ଦେଶ ବିରୋଧରେ ବ୍ୟବହାର କରିବା କିମ୍ବା ଏହା ଦେଶ ବିରୋଧରେ ଯିବା ଆଦୌ ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଥିସହ ବିରୋଧୀ ଦଳଗୁଡ଼ିକ ବିକାଶ ରାସ୍ତାରେ ବାଧା ସୃଷ୍ଟି କରୁଛନ୍ତି। ସେମାନେ ଦେଶ ଓ ସାମାଜର ସ୍ୱାର୍ଥ ଅପେକ୍ଷା ନିଜର ରାଜନୀତିକ ସ୍ୱପ୍ନକୁ ପୂରଣ କରିବା ପାଇଁ ଅଧିକ ଗୁରୁତ୍ୱ ଦେଉଥିବା ସେ ଅଭିଯୋଗ କରିଛନ୍ତି।
ସମାଜବାଦୀ ପାର୍ଟିର ପୂର୍ବତନ ହେଭିୱେଟ ଚୌଧୁରୀ ହରମୋହନ ସିଂହ ଯାଦବଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ଏହି ସମୟରେ ଉପସ୍ଥିତ ଲୋକମାନଙ୍କୁ କହିଛନ୍ତି, “ବିରୋଧୀ ଦଳଗୁଡ଼ିକ ଅଧିକାଂଶ ସମୟରେ ସରକାରୀ କାମରେ ବାଧା ସୃଷ୍ଟି କରୁଛନ୍ତି। ସେମାନେ କ୍ଷମତାରେ ଥିବା ବେଳେ ଯେଉଁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅକ୍ଷମ ହୋଇଥିଲେ ଏବେ ସେଗୁଡ଼ିକ କାର୍ଯ୍ୟକାରିତାକୁ ସେମାନେ ବିରୋଧ କରୁଛନ୍ତି।
ବିଚାରଧାରା ପାଇଁ କିଛି ଲୋକ ରାଜନୀତିକ ଦଳ ଓ ବ୍ୟକ୍ତି ବିଶେଷଙ୍କୁ ବିରୋଧ କରି ଦେଶକୁ ବିରୋଧ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗୋଟିଏ ରାଜନୀତିକ ଦଳ କିମ୍ବା ଜଣେ ବ୍ୟକ୍ତିଙ୍କୁ ବିରୋଧ କରିବା ପାଇଁ ଦେଶକୁ ବିରୋଧ କରିବା ଆଦୌ ଠିକ୍ ନୁହେଁ। ଏପରି ଘଟଣା ଯେମିତି ନ ଘଟିବ, ତା’ର ଦାୟିତ୍ୱ ସବୁ ରାଜନୀତିକ ଦଳ ନେବା ଦରକାର। ବିଚାରଧାରାର ସ୍ୱତନ୍ତ୍ର ସ୍ଥାନ ରହିଛି ଓ ଏହା ରହିବା ମଧ୍ୟ ଦରକାର। ରାଜନୀତିକ ସ୍ୱପ୍ନ ମଧ୍ୟ ଅନେକଙ୍କର ରହିଛି। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ପ୍ରଥମେ ସମାଜ ଓ ଦେଶ।”
ଜଣେ ବ୍ୟକ୍ତି ବିଶେଷଙ୍କ ଠାରୁ ଦଳ ବଡ଼ ଓ ଗୋଟିଏ ଦଳ ଠାରୁ ଦେଶ ବଡ଼। ଗଣତନ୍ତ୍ର ପାଇଁ ଦଳ ରହିଛି। ଦେଶ ରହିଛି ବୋଲି ଗଣତନ୍ତ୍ର ରହିଛି ବୋଲି ମୋଦି କହିଛନ୍ତି।
The post ବିକାଶ ରାସ୍ତାରେ ବିରୋଧୀ ବାଧା ସୃଷ୍ଟି କରୁଥିବା କହିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/u3GSc9b
No comments:
Post a Comment