ଏମ୍ସ ଧରାଇଦେଲା ମିଛ; କାଲି ଆସି ଆଜି ଫେରିଗଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 25, 2022

ଏମ୍ସ ଧରାଇଦେଲା ମିଛ; କାଲି ଆସି ଆଜି ଫେରିଗଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ସେ ପୀଡ଼ିତ ନୁହନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଳ ଦେଖାଇ ଗତକାଲି କୋଲକତାରୁ ଆସି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ମନ୍ତ୍ରୀ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସରୁ ମିଳିଛି ଏପରି ଜୋରଦାର ଝଟକା । ପାର୍ଥ ସମ୍ପୂର୍ଣ୍ଣ ଫିଟ ଥିବା ସାଟିଫିକେଟ ସହ   ତାଙ୍କୁ ନେଇ ଆଜି ସକାଳେ କୋଲକତା ଫେରି ଯାଇଛି ଇଡି ଟିମ୍‌।

ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି। ଅବସ୍ଥା କିଛି ଖରାପ ନାହିଁ, । ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା, ଏବେ ଅବସ୍ଥା ସ୍ଥିର ଅଛି ବୋଲି ଗତକାଲି କହିଥିଲେ ଭୁବନେଶ୍ୱର ଏମ୍ସ  ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ । ଏହାପରେ ଆଜଜି ଭୋରରୁ ତାଙ୍କୁ ଭୁବନେଶ୍ୱର ଏମସରୁ ବିମାନବନ୍ଦର ନେଇ   କୋଲକାତା ଫେରି ଯାଇଛି ଇଡି ଟିମ୍‌।   ଣା ଇଡି ଜେରା ଟାଳିବାକୁ ସ୍ୱାସ୍ଥ୍ୟ ସମସ୍ୟାକୁ ଆଳ କରିଥିଲେ ପାର୍ଥ । ମାତ୍ର ଏମ୍ସରେ  ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଫନ୍ଦିଫିକର ପାଣି ଫୋଟକା ପରି ମିଳାଇ ଯାଇଛି। ଫଳରେ ତାଙ୍କୁ ମିଳିଛି ସାଂଘାତିକ ଝଟକା।

ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ସ୍କାମରେ ପାର୍ଥଙ୍କୁ ଇଡି ଗିରଫ କରିଥିବା ବେଳେ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡନ୍‌ ପରି ବ୍ୟବହାର କରିଥିଲେ। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା।

ପଶ୍ଚିମବଙ୍ଗରେ ସରକାରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଲିଙ୍କରେ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଟଙ୍କା ଜବତ ପରେ ପାର୍ଥ ଚାଟାର୍ଜୀଙ୍କୁ ଗତ ଶନିବାର ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ମାତ୍ର ଆଇନ ଜାଲରୁ ବଞ୍ଚିବା ପାଇଁ ମନ୍ତ୍ରୀ ଚାଟାର୍ଜୀ ଅସୁସ୍ଥତାର ନାଟକ କରୁଥିବା ଇଡି ପକ୍ଷରୁ କୁହାଯାଇଥିଲା । ଏହାପରେ ତାଙ୍କୁ କୋଲକତାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା।  ମାତ୍ର ଏଠାରୁ ବି ମନ୍ତ୍ରୀ ଚାଟାର୍ଜୀଙ୍କୁ ନିରାଶ ହେବାକୁ ପଡ଼ିଛି।

The post ଏମ୍ସ ଧରାଇଦେଲା ମିଛ; କାଲି ଆସି ଆଜି ଫେରିଗଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ appeared first on Odisha Reporter.



from Odisha Reporter https://ift.tt/Vbj1mzl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages