ବିଜୟ କୁମାର କର ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 9, 2022

ବିଜୟ କୁମାର କର ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ବିଜୟ କୁମାର କର ଭୁବନେଶ୍ୱର ଜୋନର ମୁଖ୍ୟ କମିଶନର (ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ କର ପୂର୍ବରୁ ଭୁବନେଶ୍ୱର ଜୋନରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର ଜୋନର ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶ୍ରୀ କର କୋଲକାତା, ବାଙ୍ଗାଲୋର, ବିଶାଖାପାଟଣା, ହାଇଦ୍ରାବାଦ ଭଳି ସ୍ଥାନରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରିଥିବାବେଳେ ୨୦୧୮ ମସିହାରେ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେଣ୍ଟାଲ ଆୱାର୍ଡ ମଧ୍ୟ ମିଳିଛି । ଶ୍ରୀ କର ଭୁବନେଶ୍ୱରରେ ପ୍ରମୁଖ କମିଶନର ଭାବେ କାର୍ଯ୍ୟ କରିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସଟି ଓ ଟିକସ ସଂଗ୍ରହ ପରିମାଣରେ ଆଖିଦୃଶିଆ ସଫଳତା ମିଳିଛି ।

The post ବିଜୟ କୁମାର କର ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର appeared first on Odisha Reporter.



from Odisha Reporter https://ift.tt/ohYmpRQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages