ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀ ଏନେଇ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି।
ଚିଠିରେ ବିଇଓ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ ଯଦି ପ୍ରଧାନଶିକ୍ଷକ ବା ଶିକ୍ଷକ ଅବହେଳା କରନ୍ତି, ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ବିଇଓ।
କିଛିଦିନ ତଳେ ପରଜଙ୍ଗ ବ୍ଲକ୍ ଜୟପୁରାକାଟେଣୀ ଗାଁରେ ଥିବା ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏପରିକି ପିଲାମାନେ ନିଜ ନାଁ ଇଂରାଜିରେ ଲେଖିପାରୁନଥିଲେ। କେବଳ ପିଲା ନୁହେଁ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶିକ୍ଷକ ମଧ୍ୟ ଭୁଲ୍ଭାଲ ଉତ୍ତର ଦେଇଥିଲେ।
ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମାଲୋଚନାରେ ଶିକାର ହୋଇଥିଲେ। ମନ୍ତ୍ରୀ ସ୍କଲରୁ ସ୍କୁଲ ବୁଲୁଛନ୍ତି କେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଧୁରିବ ବୋଲି ସୋଶାଲ ମିଡିଆ ୟୁଜର୍ସମାନେ ପ୍ରଶ୍ନ କରିଚାଲିଥିଲେ। ଏଥିରୁ ବର୍ତ୍ତିବା ପାଇଁ ହୁଏତ କଙ୍କଡ଼ାହାଡ ବ୍ଲକ ପ୍ରଶାସନ ଏପରି ଚିଠି କରିଥିବା ଆଲୋଚନା ହେଉଛି।
The post ବିଇଓଙ୍କ ଅଜବ ଚିଠି; ସ୍କୁଲ କ୍ୟାମ୍ପସ ଭିତରକୁ ଗଣମାଧ୍ୟମକୁ ପୁରାଇ ଦିଅନି appeared first on Odisha Reporter.
from Odisha Reporter https://ift.tt/PhUN3yw
No comments:
Post a Comment