ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତା’ ବେକ କାଟି ଦେଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 21, 2022

ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତା’ ବେକ କାଟି ଦେଲା ପ୍ରେମିକ

ବିଜୟନଗର: ପ୍ରଥମ ପ୍ରେମକୁ ଭୁଲିବା ଥିଲା କଷ୍ଟକର। ପରିବାର ଲୋକଙ୍କ ଚାପରେ ଅନ୍ୟତ୍ର ହାତଗଣ୍ଠି ସିନା ପଡ଼ିଗଲା, ହେଲେ ମନ ପ୍ରଥମ ପ୍ରେମିକା ପାଖରେ ହିଁ ଥିଲା। ପ୍ରେମିକା କାଳେ ଆଉ କାହାର ହୋଇଯିବ, ସେକଥା ଭାବି ଛଟପଟ ହେଉଥିଲା ପ୍ରେମିକ। ଏହି ଛାତି ତଳର ଯନ୍ତ୍ରଣା ଚାପିବା କଷ୍ଟକର ହେବାରୁ ପ୍ରେମିକ ନେଲା ଚରମ ପଦକ୍ଷେପ। ଯାହାକୁ ଦିନ ଜୀବନ ଠାରୁ ଅଧିକ ଭଲ ପାଉଥିଲା, ଏବେ ନିଜ ହାତରେ ତା’ର ଗଳା କାଟି ଦେଲା। ଏହାପରେ ପ୍ରେମିକାର କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କଲା ୨୩ ବର୍ଷୀୟ ଯୁବକ। ଏପରି ଏକ ଛାତିଥରା ଘଟଣା କର୍ଣ୍ଣାଟକାର ବିଜୟନଗର ଜିଲ୍ଲା କୁଡଲିଗି ଗାଁରେ ଘଟିଛି।

ପୁଲିସ୍‌ ହତ୍ୟାକାଣ୍ଡ ଘଟାଇଥିବା ୨୩ ବର୍ଷୀୟ ଭୋଜାରାଜ ବସଭରାଜକୁ ଗିରଫ କରିଛି। ସେ ତା’ର ପୂର୍ବତନ ପ୍ରେମିକା ନିର୍ମଳାଙ୍କୁ ହତ୍ୟା କରିଛି। ୨୧ ବର୍ଷୀୟ ନିର୍ମଳା ଜଣେ ନର୍ସିଂ ଛାତ୍ରୀ। ସେହିପରି ଭୋଜାରାଜ ଜଣେ ଟ୍ରକ୍‌ ଡ୍ରାଇଭର। ୪ ମାସ ତଳେ ସେ ବିବାହ ମଧ୍ୟ କରିଥିଲା। ଭୋଜାରାଜ ଓ ନିର୍ମଳା ସମ୍ପର୍କୀୟ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା। ଉଭୟ ସମାନ ଏସ୍‌ଟି ସଂପ୍ରଦାୟର ହୋଇଥିବା ବେଳେ କାନ୍ନିବୋରାୟାନହାଲ୍ଲୀ ହାତୀ ଅଞ୍ଚଳରେ ରୁହଥିଲେ।

ଭୋଜାରାଜ ଓ ନିର୍ମଳା ପରସ୍ପରକୁ ଭଲ ପାଇବା ସହ ଅନେକ ସମୟ ଧରି କଥାବାର୍ତ୍ତା ମଧ୍ୟ ହୁଅନ୍ତି। ଏହି ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବାକୁ ‌ଭୋଜାରାଜ ଚାହିଁଥିଲା। ଏଥିପାଇଁ ସେ ନିର୍ମଳାଙ୍କ ପରିବାର ଲୋକଙ୍କୁ ଦେଖାକରି ବାହାରଘର ପ୍ରସ୍ତାବ ଦେଇଥିଲା। ହେଲେ ନିର୍ମଳାଙ୍କ ବାପା ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ।

ଭୋଜାରାଜ ଯେତେ ବୁଝାଇଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଶେଷରେ ଘଟଣାର ୪ ମାସ ପରେ ସେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲା। ଏଥିପାଇଁ ତା’ ଘର ଲୋକ ବାଧ୍ୟ ମଧ୍ୟ କରିଥିଲେ। ଭୋଜାରାଜ ବିବାହ ପରେ ମଧ୍ୟ ନିର୍ମଳାଙ୍କୁ ଭୁଲି ପାରି ନଥିଲା। ହେଲେ ନିର୍ମଳା ତା’କୁ ଅଣଦେଖା କରୁ ଥିଲେ।

ଏହି ଅଣଦେଖା ଯୋଗୁ ଭୋଜାରାଜ ରାଗି ଯାଇଥିଲା। ନିର୍ମଳା ଆଉ କାହାକୁ ଭଲ ପାଉଥିବା ସେ ସନ୍ଦେହ କରିବା ଆରମ୍ଭ କରିଥିଲା। ଏହାକୁ ନେଇ ସେ ବେଶ ଚିନ୍ତାରେ ବି ରହୁଥିଲା।

ଏସବୁ ଭିତରେ କାଲୁବର୍ଗି କଲେଜରେ ପାଠପଢ଼ୁଥିବା ନିର୍ମଳା କିଛି ଦିନ ତଳେ ଛୁଟି ନେଇ ଘରକୁ ଫେରିଥିଲେ। ଏହାର ଫାଇଦା ନେଇ ଗୁରୁବାର ସକାଳେ ଭୋଜାରାଜ ତାଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ଘରେ କେହି ନଥିଲେ। ପ୍ରଥମେ ସେ ନିର୍ମଳାଙ୍କ ସହ ଝଗଡ଼ା କରିଥିଲା। ଏହାପରେ ଗୋଟିଏ ଛୁରୀରେ ତାଙ୍କ ବେକକୁ କାଟି ଦେଇଥିଲା। ଶେଷରେ ତାଙ୍କ ମୁଣ୍ଡକୁ କାଟି ଭୋଜାରାଜ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲା। ପୁଲିସ ପୂରା ଘଟଣା ଜାଣିବା ପରେ ତା’କୁ ଗିରଫ କରିଛି।

The post ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତା’ ବେକ କାଟି ଦେଲା ପ୍ରେମିକ appeared first on Odisha Reporter.



from Odisha Reporter https://ift.tt/UxJtie3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages