ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଓ ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡକୁ ଆସିଯାଇଛି ଗଣଶିକ୍ଷା ବିଭାଗ । ଏହି ଦୁଇ ଜିଲ୍ଲାର ସବୁ CRCCଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।
କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ ସିଆରସିସିଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ସେହିପରି ୨ ଜିଲ୍ଲାର ମଧ୍ୟାହ୍ନ ଭୋଜନ ବୁଝୁଥିବା ସବୁ DTP ଅପରେଟରଙ୍କୁ ମଧ୍ୟ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ସେମାନଙ୍କ ସ୍ଥାନରେ ତୁରନ୍ତ ନୂତନ ସିଆରସିସିଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।
କୋରାପୁଟର ୧୩ ଜଣ ଏବଂ ବଲାଙ୍ଗୀରର ୧୪ ଜଣ DTP ଅପରେଟରଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଗଣଶିକ୍ଷା ବିଭାଗ ।
ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ତାଙ୍କ ପକ୍ଷରୁ ନିଯୁକ୍ତ ବ୍ୟକ୍ତିଙ୍କୁ ଚାଉଳ ଦିଆଯାଇଥାଏ। ସେ ହିଁ ବଣ୍ଟନ ଦାୟିତ୍ୱ ନେଇଥାନ୍ତି। ମାତ୍ର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜିଲ୍ଲା ଶିକ୍ଷାଧିକାରୀ ନିଯୁକ୍ତ କରିଥିବା ବ୍ୟକ୍ତି ଚାଉଳ ଉଠାଇଛନ୍ତି, ହେଲେ ବଣ୍ଟନ କରି ନାହାନ୍ତି। ତେଣୁ ଏଥିରେ ଅସାଧୁମେଣ୍ଟ କାମ କରୁଥିବା ଜଳଜଳ ଜଣାପଡ଼ୁଛି।
ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍କୁଲକୁ ଗତ ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ମିଳିନି। ଚାଉଳ ଡିପୋରୁ ଉଠାଇବା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏହାକୁ ଗାଏବ କରିଦେଇଥିବା ତଦନ୍ତରୁ ଜଣାପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀ କେବଳ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରି ବସି ରହିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ତନାଘନା। ଶେଷରେ ଆକ୍ସନ ମୁଡକୁ ଆସିଛି ଗଣଶିକ୍ଷା ବିଭାଗ ।
The post କୋରାପୁଟ ଓ ବଲାଙ୍ଗିରର ସବୁ CRCCଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/gLXx0B4
No comments:
Post a Comment