ଶପିଂ ମଲରେ ଆଖିବୁଜା ଗୁଳିମାଡ଼: ୩ ମୃତ, ପାଲଟା ଜବାବରେ ଆକ୍ରମଣକାରୀର ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 17, 2022

ଶପିଂ ମଲରେ ଆଖିବୁଜା ଗୁଳିମାଡ଼: ୩ ମୃତ, ପାଲଟା ଜବାବରେ ଆକ୍ରମଣକାରୀର ଜୀବନ ଗଲା

ଇଣ୍ଡିଆନା: ଆମେରିକାର ଇଣ୍ଡିଆନାରେ ଥିବା ଗୋଟିଏ ଶପିଂ ମଲରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଅଉ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁଳିମାଡ଼ କରିଥିବା ଆତତାୟୀ ମଧ୍ୟ ପାଲଟା ଜବାବରେ ନିହତ ହୋଇଛି।

ଇଣ୍ଡିଆନା ଅନ୍ତର୍ଗତ ଗ୍ରୀନଉଡର ମେୟର କହିଛନ୍ତି, “ଗ୍ରୀନଉଡ ପାର୍କ ମଲରେ ରବିବାର ସନ୍ଧ୍ୟାରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଗୁଳିମାଡ଼ ହୋଇଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ସମାନ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଗୁଳିମାଡ଼ କରୁଥିବା ଆତତାୟୀକୁ ସେଠାରେ ଉପସ୍ଥିତ ଥିବା ଜଣେ ବନ୍ଧୁକଧାରୀ ସାଧାରଣ ଲୋକ ନିହତ କରିଛନ୍ତି।”

ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗ୍ରୀନଉଡ ପୁଲିସ୍‌ ଫେସବୁକ ଜରିଆରେ ଗୁଳିମାଡ଼ର ସାକ୍ଷୀମାନଙ୍କୁ ବିଭାଗ ସହ ଯୋଗାଯୋଗ କରି ତଥ୍ୟ ଦେବାକୁ ପରାମର୍ଶ ଦେଇଛି। ହମଲା ପରେ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଥିବା ଜଣାପଡ଼ିଛି।

ଆମେରିକାରେ ବନ୍ଧୁକ ହିଂସା ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି। ଦେଶରେ ବର୍ଷକୁ ପ୍ରାୟ ୪୦ ହଜାର ଲୋକ ବନ୍ଧୁକ ସହ ଜଡ଼ିତ ହିଂସାରେ ପ୍ରାଣ ହରାଉଛନ୍ତି। ଗତ ସପ୍ତାହରେ ଚିକାଗୋ ପ୍ୟାରେଡ ବେଳେ ଜଣେ ବନ୍ଧୁକଧାରୀ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ରବିବାର ସନ୍ଧ୍ୟାରେ ପୁଣି ଗୁଳିମାଡ଼ ହୋଇଛି।

The post ଶପିଂ ମଲରେ ଆଖିବୁଜା ଗୁଳିମାଡ଼: ୩ ମୃତ, ପାଲଟା ଜବାବରେ ଆକ୍ରମଣକାରୀର ଜୀବନ ଗଲା appeared first on Odisha Reporter.



from Odisha Reporter https://ift.tt/1RT0UKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages