ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 17, 2022

ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ? ଆଜି ଏଥିପାଇଁ ପଢ଼ିବ ଭୋଟ। ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ। ଏଥିପାଇଁ ଅନେକ ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏହି ସମର୍ଥନ ଯୋଗୁ ଶ୍ରୀ ସିହ୍ନାଙ୍କ ତୁଳନାରେ ଶ୍ରୀମତୀ ମୁର୍ମୁଙ୍କ ପଲ୍ଲାଭାରି ରହିଛି। କିନ୍ତୁ କ୍ରସ ଭୋଟିଂର ଆଶଙ୍କା ଥିବାରୁ ନିର୍ବାଚନ ଫଳାଫଳ ବଦଳି ଯାଇପାରେ ବୋଲି ବିରୋଧୀ ଆଶା ରଖିଛନ୍ତି।

ଆଜି ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଭୋଟ ଦେବେ। ବିଜେଡି ଠାରୁ ଆରମ୍ଭ କରି ଏନଡିଏରେ ନଥିବା ଜେଜେଏମ, ୱାଇଏସ୍‌ଆର କଂଗ୍ରେସ, ବିଏସପି, ଶିବସେନା ଓ ଜେଡିଏସ ଭଳି ଦଳ ଶ୍ରୀମତୀ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି।

ଏହି ଆଞ୍ଚଳିକ ଦଳଗୁଡ଼ିକ ସମର୍ଥନ ଘୋଷଣା କରିଥିବାରୁ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୬୦%ରୁ ଅଧିକ ଭୋଟ୍‌ ପଡ଼ିବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ମୋଟ ୧୦ ଲକ୍ଷ ୮୬ ହଜର ୪୩୧ ମୂଲ୍ୟର ଭୋଟ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟର ଭୋଟ ପଡ଼ିପାରେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସଂସଦ ଭବନ ଓ ରାଜ୍ୟଗୁଡ଼ିକର ବିଧାନସଭାରେ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ଭୋଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେଉଥିବା ବେଳେ ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍‌ ଗଣତି ହେବ। ସେହିପରି ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ଶପଥ ଗ୍ରହଣ କରିବେ। ଏବେ ଦେଶର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ।

ଆଜି ୫ଟି ରାଜ୍ୟର ୯ ଜଣ ବିଧାୟକ ସଂସଦରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବେ। ଏମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶରୁ ୪ ଜଣ, ତ୍ରିପୁରାରୁ ୨ ଜଣ, ଓଡ଼ିଶା, ଆସାମ ଓ ହରିଆଣାର ଜଣେ ଲେଖାଏ ବିଧାୟକ ରହିଛନ୍ତି। ସେହିପରି ଉଭୟ ସଦନର ୪୨ ଜଣ ସାଂସଦ ସେମାନଙ୍କ ନିଜ ନିଜ ରାଜ୍ୟ ବିଧାନସଭାରେ ଭୋଟ ଦେବେ ବେଳେ ସଂସଦ ସୂତ୍ରରୁ ଖରବ ମିଳିଛି। ନିୟମ ଅନୁସାରେ, ନିର୍ବାଚିତ ବିଧାୟକ ଓ ସାଂସଦମାନେ ଉଭୟ ସଂସଦ କିମ୍ବା ବିଧାନସଭାରେ ଭୋଟ ଦେଇପାରିବେ।

The post ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା appeared first on Odisha Reporter.



from Odisha Reporter https://ift.tt/4Uc1PLj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages