ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 17, 2022

ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ୨୦୧୭ ମସିହାରେ ମାଓବାଦୀମାନେ ବୁରକାପଲ ଗାଁ ନିକଟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନରସଂହାର କରିଥିଲେ। ଏଥିରେ ୨୬ ଜଣ ଯବାନ ସହିଦ ହୋଇଥିଲେ। ମାଓବଦୀମାନଙ୍କୁ ସହଯୋଗ କରିଥିବା ସନ୍ଦେହରେ ଏହି ୧୨୧ ଜଣ ନିରୀହ ଆଦିବାସୀଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ୫ ବର୍ଷ ଜେଲରେ ବନ୍ଦୀ ଜୀବନ କାଟିବା ପରେ ସମସ୍ତଙ୍କୁ ଏନଆଇଏ କୋର୍ଟ ଦୋଷମୁକ୍ତ କରିଛନ୍ତି।

ଗିରଫ ଆଦିବାସୀମାନେ ଯେ ମାଓବାଦୀ କିମ୍ବା ସେମାନେ ହମଲାରେ ସାମିଲ ଥିଲେ ବୋଲି କୌଣସି ପ୍ରମାଣ ନାହିଁ। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୧୭ ହମଲା ପରେ ସୁକମା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ୬ଟି ଗାଁରୁ ଏତେ ସଂଖ୍ୟକ ଆଦିବାସୀମାନଙ୍କୁ ସୁରକ୍ଷାକର୍ମୀ ଗିରଫ କରିଥିଲେ। ଗିରଫ ବେଳେ ଅଧିକାଂଶ ଆଦିବାସୀଙ୍କ ବୟସ ୨୦ ଓ ୩୦ ବର୍ଷ ମଧ୍ୟରେ ରହିଥିଲା।

ସମସ୍ତଙ୍କୁ ଦୋଷମୁକ୍ତ କରି ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଦୀପକ କୁମାର କହିଛନ୍ତି, ଗିରଫ ବେଳେ ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ଓ ଗୁଳିଗୋଳା ମିଳିଥିବାର ପ୍ରମାଣ ସରକାରୀ ଓକିଲ ଉପସ୍ଥାପନ କରିପାରି ନାହାନ୍ତି। ସେହିପରି ମାଓବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ବେଳେ ଅଭିଯୁକ୍ତମାନେ ସେଠାରେ ଉପସ୍ଥିତ ଥିବାର ପ୍ରମାଣ ମଧ୍ୟ ମିଳିନି। ତେଣୁ ସେମାନଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ପାରିବ ନାହିଁ।

ଏନଆଇଏ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ଛତିଶଗଡ଼ ପୁଲିସ୍‌ ଏବେ ଏହି ରାୟକୁ ଯାଞ୍ଚ କରିବ। ଏହାପରେ ପୁଲିସ୍ ପକ୍ଷରୁ ହାଇକୋର୍ଟରେ  ଆବେଦନ କରାଯିବ କି ନାହିଁ, ତା’ର ବିଚାର କରାଯିବ ବୋଲି ଜଣାପଡ଼ିଛି।

୨୦୧୦ ମସିହା ପରେ ୨୦୧୭ ଏପ୍ରିଲ ୨୪ରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବସ୍ତର ଅଞ୍ଚଳରେ ବଡ଼ ଆକ୍ରମଣ କରିଥିଲେ। ୨୦୧୦ରେ ୭୬ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦୧୭ର ଡବଲ ଆଟାକରେ ୨୬ ଜଣଙ୍କ ଜୀବନ ଯାଇଥିଲା। ଏହି ହମଲା ପରେ ପୁଲିସ୍‌ ବୁରକାପଲ, ଗୋଣ୍ଡାପାଲ୍ଲୀ, ଚିନ୍ତାଗୁଫା, ତାଲମେଟଲା, କୋରାଇଗୁଣ୍ଡୁମ ଓ ଟୋଙ୍ଗୁଡାରୁ ୧୨୧ ଜଣ ଆଦିବାସୀଙ୍କୁ ଗିରଫ କରିଥିଲା।

ଏମାନେ ମାଓବାଦୀଙ୍କୁ ଆକ୍ରମଣ ବେଳେ ସହାୟତା କରିଥିବା ପୁଲିସ୍‌ ଦାବି କରିଥିଲା। ସେମାନଙ୍କ ନାଁରେ ୟୁଏପିଏ, ଆର୍ମସ ଆକ୍ଟ ଠାରୁ ଆରମ୍ଭ କରି ଛତିଶଗଡ଼ ସ୍ପେଶାଲ ପବ୍ଲିକ ସିକ୍ୟୁରିଟି ଆକ୍ଟ ୨୦୦୫ ଅନୁଯାୟୀ ମାମଲା ହୋଇଥିଲା। ୨୦୨୧ ଅଗଷ୍ଟରୁ ମାମଲାର ଶୁଣାଣି ଜାରି ରହିଥିଲା। ଏହି ସମୟରେ ୨୫ରୁ ଅଧିକ ସାକ୍ଷୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା।

The post ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ appeared first on Odisha Reporter.



from Odisha Reporter https://ift.tt/xNDfSnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages