ସୋର (ଓଡ଼ିଶା ରିପୋର୍ଟର): ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଲ୍ଲିକର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଜଗେଶ୍ୱରପଦା ଅଞ୍ଚଳରେ। ରୁଣ୍ଡୁ ନାଁରେ ଖନ୍ତାପଡ଼ା ଥାନାରେ ୩୦ରୁ ଅଧିକ ମାମଲା ରହିଛି।
ଗତକାଲି ସନ୍ଧ୍ୟା ସମୟରେ ରୁଣ୍ଡୁ ତାର ୫ଜଣ ସହଯୋଗୀ ସହ ବଡ଼ ଧରଣର ଡକାୟତି କରିବା କରିବାକୁ ଜଗେଶ୍ୱରପଦା ଅଞ୍ଚଳରେ ଯୋଜନା କରୁଥିଲା। ଏନେଇ ଖନ୍ତାପଡ଼ା ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଗତକାଲି ରାତିରେ ଜଗେଶ୍ୱରପଦା ଅଞ୍ଚଳରେ ପୁଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ରୁଣ୍ଡୁ ଓ ତାର ସହଯୋଗୀ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କଲା ବେଳେ ରୁଣ୍ଡୁ ପୁଲିସ ଉପରେ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ଏହାର ଜବାବ ଦେଇଥିଲା। ପୁଲିସ ଗୁଳିରେ ରୁଣ୍ଡୁ ଗୁରୁତର ହୋଇଥିଲେ। ତାକୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରୁଣ୍ଡୁର ଅନ୍ୟ ସହଯୋଗୀ ପୁଲିସକୁ ଚକମା ଦେଇ ଖସି ପଳାଇଥିଲେ।
ବିଭିନ୍ନ ସମୟରେ ଅପରାଧ ଘଟାଇ ସାରିବା ପରେ ସମୁଦ୍ରରେ ଲୁଚି ରହୁଥିଲା ରୁଣ୍ଡୁ।
The post ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଲ୍ଲିକ ମୃତ appeared first on Odisha Reporter.
from Odisha Reporter https://ift.tt/Yvb5ed2
No comments:
Post a Comment