ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 27, 2022

ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ

ପୁରୀ(ଓଡ଼ିଶା ରିପୋର୍ଟର):  ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ । ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିଦେବାକୁ କହି ପୋଛିଦେଲେ ଆକାଉଣ୍ଟ।  ଆଖି ପିଛୁଳାକେ  ଆକାଉଣ୍ଟ ଖାଲି କରି ନେଇଗଲେ   ୧ ଲକ୍ଷ ୧୪ ହଜାର ଟଙ୍କା । ଏପରି ଘଟଣା ପୁରୀ ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବେଳେ ମହିଳାଜଣକ ଏ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏନେଇ ପ୍ରିୟଙ୍କା କାନୁନଗୋ କହିଛନ୍ତି,  ମୋତେ ୧୩ ତାରିଖରେ ଏକ କଲ୍‌ ଆସିଲା। ଅପରପାଶ୍ୱର ବ୍ୟକ୍ତିଜଣକ ମୋ ନାଁ ଆକାଉଣ୍ଟ ନମ୍ବର କହିଲେ । ପ୍ୟାନ୍‌ କାର୍ଡ ଲିଙ୍କ କରି ନ ଥିବା କହିଲେ। ଏଥିପାଇଁ ଆଧାର କାର୍ଡ ଦରକାର ବୋଲି କହିଲେ। ଏହାପରେ ଏକ ଓଟିପି ଆସିଲା। ବ୍ୟକ୍ତିଜଣକ ଓଟିପି ଦେବାକୁ କହିଲେ। କହିବାରୁ ହଠାତ୍‌ ୨ ଥରରେ ଆକାଉଣ୍ଟରେ ଥିବା ୧ ଲକ୍ଷ  ୧୪ଶହ ୭୪ ଟଙ୍କା କଟି ଯାଇଥିଲା

ଠକାମୀର ଶିକାର ହୋଇଥିବା ଜାଣିବା ପରେ  ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ବାହାର କରିଥିଲେ ପ୍ରିୟଙ୍କା ।  ଏନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

The post ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/CuGfike

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages