ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଋଷି ସୁନକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 18, 2022

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଋଷି ସୁନକ

ଲଣ୍ଡନ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍।  କନ୍‌ଜରଭେଟିଭ୍ ପାର୍ଟିର ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ବି ସୁନକ୍ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍। ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ସୁନକ୍ ଆଗରେ ରହିଥିଲେ। ସେକେଣ୍ଡ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୦୧ ଭୋଟ୍ ମିଳିଥିବା ବେଳେ ପ୍ରଥମ ରାଉଣ୍ଡରେ ମଧ୍ୟ ୮୮ ଭୋଟ୍ ସହ ସେ ଶୀର୍ଷରେ ଥିଲେ।

ଋଷି ସୁନକଙ୍କୁ କଡ୍ଡା ଟକ୍କର ଦେଉଛନ୍ତି ମନ୍ତ୍ରୀ ପେନ୍ନି ମୋରଡଣ୍ଟ ଏବଂ ବୈଦେଶିକ ସଚିବ ଲିଜ୍ ଟ୍ରସ୍। ଏହି ପର୍ଯ୍ୟାୟ ଭୋଟରେ ପେନ୍ନିଙ୍କୁ ୮୨ ଭୋଟ୍ ମିଳିଥିବା ବେଳେ ଟ୍ରସ୍‌ଙ୍କୁ ମିଳିଛି ମାତ୍ର ୭୧ ଭୋଟ୍। ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ଉଭୟ ଋଷିଙ୍କ ଠାରୁ ଢେର୍ ପଛରେ ରହିଥିଲେ।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସରେ ଏବେ ୪ ଜଣ ଅଛନ୍ତି।  ତୃତୀୟ ପର୍ଯ୍ୟାୟ ଭୋଟିଂରେ ଆଉ ଜଣେ ଦାବିଦାର ଟମ୍ ଟୁଗେନ୍ଧାତ୍ ରେସ୍ରୁ ବାଦ୍ ପଡ଼ିଛନ୍ତି। ଏହି ପର୍ଯ୍ୟାୟରେ ଟମ୍‌ଙ୍କୁ ମାତ୍ର ୩୧ଟି ଭୋଟ୍ ମିଳିଥିଲା। ଭୋଟିଂରେ ସେ ସବୁଠୁ ପଛରେ ରହିବାରୁ ପ୍ରଧାନମନ୍ତ୍ରୀ ରେସ୍‌ରୁ ବାଦ୍ ପଡ଼ିଥିବା ଦଳ ଘୋଷଣା କରିଛି।

କନଜରଭେଟିଭ୍ ପାର୍ଟିରେ ନେତା ଚୟନ ଲାଗି ଏକ କମିଟି ରହିଥାଏ।  ଏଥିରେ କନଜରଭେଟିଭ୍ ପାର୍ଟିର ସାଂସଦ ସଦସ୍ୟ ରହିଥାନ୍ତି। ନେତା ଚୟନ ଲାଗି ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥାଏ।  ନୋମିନେସନ, ଏଲିମିନେସନ ଏବଂ ସିଲେକ୍ସନ୍।  ନୋମିନେସନ ସରି ଥିବାବେଳେ ଏଲିମିନେସନ ରାଉଣ୍ଡରେ ଋଶି ସୁନକ ଆଗରେ ରହିଛନ୍ତି। ୨୧ ଜୁଲାଇ ସୁଦ୍ଧା ମାତ୍ର ୨ ଜଣ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ରହିବେ।  ଏହାପରେ କନଜରଭେଟିଭ୍ ପାର୍ଟିର ୨ ଲକ୍ଷ ସଦସ୍ୟଙ୍କ ସାମନାରେ ପ୍ରଧାନମନ୍ତ୍ରୀ ହେବା ଲାଗି ନିଜର ଦାବି ଉପସ୍ଥାପନ କରିବେ।  ଯାହାକୁ ଅଧିକ ଭୋଟ ମିଳିବ ସେ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।

The post ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଋଷି ସୁନକ appeared first on Odisha Reporter.



from Odisha Reporter https://ift.tt/XY4cqJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages