ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 10, 2022

ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।

ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ସାରାଦେଶରୁ ୨ ହଜାର କୋଟିରୁ ଅଧିକ ଏବଂ କେବଳ ଓଡ଼ିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେଖଓ୍ୱାର୍ଡ ଅଞ୍ଚଳର ଗୋରା ୨୦୦୫ ମସିହାରେ ଚିଟଫଣ୍ଡ କଂପାନି ଖୋଲିଥିଲେ । ଟଙ୍କା ଦୁଇ ଗୁଣର ଲୋଭ ଦେଖାଇ ସାରା ଦେଶରେ ୧୦୦ରୁ ଅଧିକ ଅଫିସ ଖୋଲିଥିଲେ ମୀର । ଚିଟଫଣ୍ଟ ଦୁର୍ନୀତି ସାମନାକୁ ଆସିବା ପରେ ୨୦୧୨ରୁ ବିଦେଶ ପଳାଇ ଆତ୍ମଗୋପନ କରିଥିଲେ । ୨୦୧୭ରେ ଭାରତ ଫେରିବା ବେଳେ କୋଲକାତା ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ ୫ ବର୍ଷ ବନ୍ଦୀ ଜୀବନ କାଟି ସାରିଥିବା ମୀର ସହରୁଦ୍ଦିନ ଶେଷରେ ଜେଲ୍‌ରେ ହିଁ ଆଖି ବୁଜିଛନ୍ତି।

The post ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/4kvBnr5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages