ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ, ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍‌ରେ ହରାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 29, 2022

ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ, ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍‌ରେ ହରାଇଲା

ନୂଆଦିଲ୍ଲୀ: ପ୍ରଥମ ଟି-୨୦ରେ ଭାରତର ଦମଦାର ବିଜୟ। ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ସହଜ ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୧୯୦ ରନ୍  କରିଥିଲା।  କ୍ୟାପଟେନ୍ ରୋହିତ ଶର୍ମା ଅର୍ଦ୍ଧଶତକ କରିଥିବା ବେଳେ ୧୯ ବଲରେ ଧୂଆଁଧାର ୪୧ ରନ୍ କରିଥିଲେ ଦିନେଶ କାର୍ତ୍ତିକ।

ସେପଟେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦ ଓଭରରେ ୮ ୱିକେଟ୍  ହରାଇ ମାତ୍ର ୧୨୨ରନ୍ କରିପାରିଥିଲା। ୧୯୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୨୨ ରନରେ ପ୍ରଥମ ୱିକେଟ ହରାଇଥିଲା ଦଳ। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଚାଲିଥିଲା। ଜଣେ ହେଲେ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ। ସାମରା ବ୍ରୁକ୍ସ ସର୍ବାଧିକ ୨୦ ରନ୍‌ କରିଥିଲେ। ନିକୋଲାସ ପୂରନ ୧୮, ରୋଭମ୍ୟାନ ପାଓ୍ଵେଲ ୧୪ ଏବଂ ସିମରନ ହେଟମାୟର ୧୪ ରନ କରିଥିଲେ। ଶେଷ ଆଡକୁ କିମୋ ପଲ୍‌ ୧୯ ରନ୍‌ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୪ ରନ୍‌, ରବିଚନ୍ଦ୍ରନ ଅଶ୍ଵିନ ୨୬ ରନ୍‌ ଏବଂ ରବି ବିଷ୍ଣୋଇ ୨୬ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ଵର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ଦୀନେଶ କାର୍ତ୍ତିକ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜରେ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି ଭାରତ।

The post ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ, ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍‌ରେ ହରାଇଲା appeared first on Odisha Reporter.



from Odisha Reporter https://ift.tt/CR14UW5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages