ନ୍ୟାୟ ପାଇଁ ଆସି ଥାନାରେ ବିଷ ପିଇଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 29, 2022

ନ୍ୟାୟ ପାଇଁ ଆସି ଥାନାରେ ବିଷ ପିଇଦେଲେ ମହିଳା

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପାରିବାରିକ କଳହରେ ଅତିଷ୍ଠ ହୋଇ ପଡ଼ିଥିବା ମହିଳା ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ମାତ୍ର ଅଭିଯୋଗ କରିବା ପୂର୍ବରୁ ହିଁ ଥାନା ପରିସରରେ ବିଷ ପିଇଦେଲେ ମହିଳା। ମହିଳାଜଣଙ୍କ ଏବେ ବ୍ରହ୍ମପୁର MKCG ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପରିସରରେ ଘଟିଛି

ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍. କହିଛନ୍ତି ଯେ, ଉଭୟ ପତିପତ୍ନୀ କଳହ ଯୋଗୁ ମହିଳାଜଣକ ଗତକାଲି ଥାନାକୁ ଆସିଥିଲେ । ମାତ୍ର ଥାନାରେ କୌଣସି ଅଭିଯୋଗ କରିବା ପୂର୍ବରୁ ସେ ବିଷ ପିଇଦେଇଥିଲେ। ଏହା ଦେଖି ପୁଲିସ୍‌ କର୍ମୀ ତୁରନ୍ତ ତାଙ୍କୁ ଗୋପାଳପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ହେବ । ଏଥି ସହ ଏଚଆରପିସି ସ୍ତରୀୟ ତଦନ୍ତ ମଧ୍ୟ କରାଯିବ ବୋଲି କହିଲେ ଏସପି । ସମ୍ପୂର୍ଣ୍ଣ ତଦନ୍ତରେ ପୁଲିସ୍‌ର କୌଣସି ତ୍ରୁଟି ଥିଲେ ତାହା ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ପି।

ଏହି ଘଟଣାରେ ମହିଳାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

The post ନ୍ୟାୟ ପାଇଁ ଆସି ଥାନାରେ ବିଷ ପିଇଦେଲେ ମହିଳା appeared first on Odisha Reporter.



from Odisha Reporter https://ift.tt/gIJyUjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages