ଚଣ୍ଡିଗଡ଼: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆଉ ଜଣଙ୍କୁ ବାନ୍ଧିଲା ପୁଲିସ୍। ନୂପୁରଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ଇରଶାଦ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ପୁଲିସ୍ ହରିୟାଣାରୁ ଗିରଫ କରିଛି। ପୂର୍ବରୁ ସମାନ ଅଭିଯୋଗରେ ସଲମାନ ଚିସ୍ତି ନାମକ ବ୍ୟକ୍ତିଙ୍କୁ ଜୟପୁରରୁ ଗିରଫ କରାଯାଇଥିଲା।
ଇରଶାଦ ନିଜ ଭିଡିଓରେ ’ନୂପୁର ଶର୍ମାଙ୍କ ଜିଭ କାଟି ଆଣ ଓ ସଙ୍ଗେସଙ୍ଗେ ୨ କୋଟି ପୁରସ୍କାର ନେଇଯାଅ” ବୋଲି ଘୋଷଣା କରୁଥିବା ଶୁଣିବାକୁ ମିଳିଛି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ପୁଲିସ ଇରଶାଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଅଧିକ ପଚରାଉଚରା କରାଯାଉଥିବା ଜଣାଯାଇଛି।
ଗୁରୁବାର ଚଣ୍ଡିଗଡ଼ରେ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ କେବେ ବି ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।
ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି । ବିବାଦୀୟ ବୟାନକୁ ନେଇ ଜିଲ୍ଲାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ତାହା ଉପରେ ତୀକ୍ଷଣ୍ ନଜର ରଖାଯାଇଛି। ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିବା ଏପରି ଟିପ୍ପଣୀ ବିସ୍ତାର ନ କରିବାକୁ ବରିଷ୍ଠ ପୁଲିସ୍ ଅଧିକାରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି।
ନୂପୁର ବିବାଦ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ସଲମାନ କହିଥିଲେ, ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ କାଟ କରିବ, ତାକୁ ମୁଁ ମୋ ଘର ଦେଇଦେବି। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ରାଜସ୍ଥାନର ଆଜମେରରୁ ତାଙ୍କୁ ଗିରଫ କରିଥିଲା।
The post ‘ନୂପୁରଙ୍କ ଜିଭ କାଟି ଆଣ, ୨ କୋଟି ନେଇଯାଅ’ କହିଥିବା ଅଭିଯୁକ୍ତ ଗିରଫ appeared first on Odisha Reporter.
from Odisha Reporter https://ift.tt/LZp6nwK
No comments:
Post a Comment