ଆଜି ମହାପ୍ରଭୁଙ୍କ ସୁନା ବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 9, 2022

ଆଜି ମହାପ୍ରଭୁଙ୍କ ସୁନା ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇ ଠାକୁରଙ୍କ ସୁନାବେଶ କରାଯିବ।

ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଓ ଗୋପାଳବଲ୍ଲଭ ପରେ ସକାଳଧୂପ ନୀତି କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ। ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେପଟେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀ ବଳଦେବଜୀଉଙ୍କର ରଥଟଣା ହେବ। ଅପରାହ୍ନ ୨ଟା ପରେ ରଥ ଟଣା ଆରମ୍ଭ ହେବ। ଶନିବାର ବାହୁଡ଼ା ନୀତି ସମ୍ପନ୍ନ ହୋଇଥିଲା। ସମସ୍ତ ନୀତିକାନ୍ତି ପାଳନ ସହ ବ୍ରହ୍ମ ତାଳଧ୍ୱଜ ରଥକୁ ବିଜେ କରିଥିଲେ ଠାକୁର। ଏବେ ରଥାରୂଢ ଅଛନ୍ତି ତିନି ଠାକୁର। ରଥ ଉପରେ ସମସ୍ତ ନୀତିକାନ୍ତି କରାଯାଉଛି।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥ ଟଣାଯିବ। ଦିନ ୩ଟା ପରେ ରଥ ଟଣା ଆରମ୍ଭ ହୋଇ ଅଧା ବାଟ ନିଆଯିବ। ଆସନ୍ତାକାଲି ସେଠାରୁ ପୁଣିଥରେ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖକୁ ନିଆଯିବ। ରଥାରୂଢ ଚତୁର୍ଦ୍ଧାମୂରତିଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।

The post ଆଜି ମହାପ୍ରଭୁଙ୍କ ସୁନା ବେଶ appeared first on Odisha Reporter.



from Odisha Reporter https://ift.tt/nHbLV8q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages