ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି।
ହୀରାକୁଦ ଡ୍ୟାମର ଅତ୍ୟଧିକ ପାଣି ସହ ବର୍ଷାପାଣି ପଶିବା ଯୋଗୁ କେନାଲରେ ଘାଇ ସୃଷ୍ଟି ହୋଇଛି। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ,ପଧାନପାଲି ଓ କୁଇବାହାଲ ଗାଁର ଶହଶହ ଏକର ଚାଷ ଜମି ଜଳ ମଗ୍ନ ହୋଇଯାଇଛି। ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
The post ହୀରାକୁଦ କେନାଲରେ ୨୦ଫୁଟ୍ର ଘାଇ appeared first on Odisha Reporter.
from Odisha Reporter https://ift.tt/vb2YIiW
No comments:
Post a Comment