ସୁନ୍ଦରଗଡ଼(ବିଜୟ ବରୁଆଁ): ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଆଜି ସକାଳୁ ସକାଳୁ ପିଟିଛି ଏକ ସରକାରୀ ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ପ୍ରାୟ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଆଜି ଭୋରରୁ ସୁନ୍ଦରଗଡ଼ ଜିଲ୍ଲା ୧୦ ନମ୍ୱର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସଷ୍ଟାଣ୍ଡ ନିକଟ ରାସ୍ତାରେ ଘଟିଛି।
ଜରଙ୍ଗଲୋଇ ବସଷ୍ଟାଣ୍ଡ ନିକଟ ରାସ୍ତାରେ ଗତକାଲି ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ କ୍ଷତିଗ୍ରସ୍ତ ଟ୍ରକ୍ଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଆଜି ଭୋରରୁ ଜୟପୁରରୁ ରାଉରକେଲା ଅଭିମୁଖେ ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ଯାତ୍ରୀବାହୀ ବସ୍ ଯାଉଥିଲା। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଟ୍ରକ୍ରେ କେହି ନ ଥିବା ବେଳେ ବସ୍ ଡ୍ରାଇଭର ଗୁରୁତର ହୋଇଛନ୍ତି।
ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ପ୍ରଥମେ ବଡ଼ଗାଁ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ବସ୍ର ପ୍ରାୟ ୫ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
The post ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ appeared first on Odisha Reporter.
from Odisha Reporter https://ift.tt/j2eCyDr
No comments:
Post a Comment