ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଦର୍ପଙ୍ଗିଆ ଗାଁ ନିକଟ ବନ୍ଧଗୋଛା ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି।
ଗତକାଲି କିଛି ସ୍ଥାନୀୟ ଲୋକେ ଜଙ୍ଗଲରୁ ଫେରୁଥିବା ସମୟରେ ଦୁର୍ଗନ୍ଧ ହୋଇଥିଲା। ଲୋକେମାନେ ଚାରି ଆଡ଼େ ଖୋଜାଖୋଜି କରିବା ପରେ ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ମାନେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଥିଲେ।
ମୃତଦେହ ନିକଟରେ ପ୍ରଚୁର ରକ୍ତ ସ୍ରାବ ହୋଇଥିବାରୁ କେହି ଦୁର୍ବୁତ୍ତ ହାତୀକୁ ହତ୍ୟା କରିବା ପରେ ଦାନ୍ତକୁ କାଟି ନେଇଥିବା ସନ୍ଦେହ କରାଯାଉଛି। ମୃତଦେହଟି ପଚି ଯାଇଥିବାରୁ ତିନିରୁ ଚାରି ଦିନ ହେବ ହାତୀଟି ମରି ପଡ଼ିଥିବା ଜଣାପଡୁଛି। ହାତୀଟିର କିପରି ମୃତ୍ୟୁ ଘଟିଲା ବନ ବିଭାଗ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି।
The post ହାତୀକୁ ମାରି ଦାନ୍ତ କାଟିନେଲେ appeared first on Odisha Reporter.
from Odisha Reporter https://ift.tt/VwMcxbO
No comments:
Post a Comment