ଆଜି ବାହୁଡ଼ା, ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 8, 2022

ଆଜି ବାହୁଡ଼ା, ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। ଏହାପରେ ସାଢ଼େ ୨ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ତେବେ ତାର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ଚାଲିଛି ପ୍ରସ୍ତୁତି। ଆସନ୍ତାକାଲି ରଥଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଥର ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି।

ଏଥିସହ ସୁନାବେଶ ସମୟରେ ଯେପରି ବିଗ୍ରହମାନଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି।

The post ଆଜି ବାହୁଡ଼ା, ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ appeared first on Odisha Reporter.



from Odisha Reporter https://ift.tt/YGFdwBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages