ସୁନ୍ଦରଗଡ଼(ବିଜୟ ବରୁଆଁ): ଖାକି ବର୍ଦ୍ଦି ତଳେ ବି ଲୁଚିଛି ମାନବିକତା । ପୁଅ ଆଖି ବୁଜିବା ପରେ ଯେଉଁ ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ ମୃତଦେହ ଛୁଇଁବାକୁ ମନା କରିଦେଲେ, ସେଠି ପୁଲିସ୍ ସାଜିଲା ବିପଦର ବନ୍ଧୁ। ଯେଉଁ ପୁଅର ମୃତଦେହକୁ କାନ୍ଧ ଦେବାକୁ ବାପା ଓ ଗାଁ ଲୋକେ ମୁହଁ ମୋଡ଼ିଦେଲେ, ତାକୁ କାନ୍ଧେଇ ପାହାଡ଼ି ରାସ୍ତାରେ ୩ କିମି ବୋହିନେଲେ ପୁଲିସ୍ କର୍ମଚାରୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗିନିଆ ଜଙ୍ଗଲରେ । ମୃତକ ହେଲେ ଉପର ଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀ ।
ହେମନ୍ତ ମୁଣ୍ଡାରୀ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ପରିବାର ଲୋକେ ଅଲଗା କରି ଦେଇଥିଲେ। ଦୀର୍ଘ ଦିନ ହେଲା ଉଭୟ ପରିବାର ମଧ୍ୟରେ ସମ୍ପର୍କ ନ ଥିଲା । ଗତକାଲି ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ଏକ ଦନ୍ତା ଉତ୍ପାତ କରୁଥିବା ବେଳେ ତାକୁ ଘଉଡ଼ାଇବାକୁ ବନ କର୍ମଚାରୀ ଯାଇଥିଲେ। ଦନ୍ତା ଆକ୍ରମଣରେ ସେଠାରେ ଉପସ୍ଥିତ ଥିବା ହେମନ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ହେଲେ ପରିବାର ଲୋକେ ପୁଅର ଶବକୁ ଛୁଇଁବାକୁ ମନା କରିଦେଲେ।
ଖବର ପାଇ ମହୁଲପଦା ପୁଲିସ, ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ହେମନ୍ତଙ୍କ ବାପାଙ୍କୁ ବୁଝାଶୁଝା କରି ପୁଅର ଶବକୁ କାନ୍ଧ ଦେବାକୁ କହିଥିଲେ ମଧ୍ୟ ସେ ମନା କରି ଦେଇଥିଲେ। ଶେଷରେ ମହୁଲପଦା ଆଇଆଇସି ଏବଂ ତାଙ୍କ କର୍ମଚାରୀ ଯୁବକକୁ ପାହାଡ଼ ଉପରୁ ୩କିମି ତଳକୁ ଆଣି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
The post ପରିବାର ଛୁଇଁଲାନି ମୃତଦେହ, ୩ କିମି ବୋହିନେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/IQqbsaw
No comments:
Post a Comment