ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିରେ ହାଜର ହେବେ। ଆସୋସିଏଟେଡ୍ ଜର୍ଣ୍ଣାଲ ଓ ନେସନାଲ୍ ହେରାଲଡ କାରବାରରେ ତାଙ୍କର ଭୂମିକା ନେଇ ଇଡି ପଚରାଉଚରା କରିପାରେ । ତେବେ ସୋନିଆ ଇଡିରେ ହାଜର ହେବାକୁ ଯିବା ପୂର୍ବରୁ କଂଗ୍ରେସର ସମସ୍ତ ବରିଷ୍ଠ ନେତା ଆସି ଏଆଇସିସି କାର୍ଯ୍ୟାଳୟରେ ହାଜର ହୋଇ ତାଙ୍କ ପ୍ରତି ସମବେଦନା ଜ୍ଞାପନ କରିବେ । ଏହାପରେ ସମସ୍ତ ପଦାଧିକାରୀ ଓ ବରିଷ୍ଠ ନେତାମାନେ ଇଡି ଅଫିସ ପର୍ଯ୍ୟନ୍ତ ଯିବେ। ତାସହିତ ସାରା ଦେଶରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ । ଇଡିକୁ ଭର୍ତ୍ସନା କରି ଦଳର ବରିଷ୍ଠ ନେତା ଇଡି ଏବେ ଦେଶର ଶୀର୍ଷ ନେତୃତ୍ୱଙ୍କ ଇସାରାରେ ରାଜନୈତିକ ଆକ୍ରୋଶ ରଖି କାମ କରୁଥିବା ଅଭିଯୋଗ କରିଛି କଂଗ୍ରେସ। ଏହାଛଡ଼ା ସମସ୍ତ ରାଜ୍ୟରେ ଥିବା ଇଡି ଅଫିସ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବ ।
ଏହାପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ବାହାରେ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି । କୋଭିଡ୍ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା, ଯାହା ଜୁଲାଇ ୨୨ରେ ସରିବାର ଥିଲା। ନ୍ୟେସନାଲ ହେରାଲଡ୍ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧଂଘଙ୍କୁ ଜୁନ୍ ୮ ତାରିଖରେ ହାଜର ପାଇଁ ନୋଟିସ୍ ହୋଇଥିଲା। କିନ୍ତୁ ଜୁନ୍ ୧ରେ ସେ କୋଭିଡ୍ରେ ସଂକ୍ରମିତ ହେବା ଯୋଗୁ ସମୟ ମାଗିଥିଲେ।
ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି। ସେ ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା।
The post ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧି appeared first on Odisha Reporter.
from Odisha Reporter https://ift.tt/ByWHGe4
No comments:
Post a Comment