ରାଉରକେଲା (ପବନ ତିୱାରୀ): ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଜଣେ ବ୍ୟକ୍ତି ଲାଇନରେ ଠିଆ ହୋଇଥିବା ବେଳେ ତାଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଗ୍ରାହକ ବେଶରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ନେଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ରାଉରକେଲା ସହରର ବିଶ୍ରା ଛକ ନିକଟରେ ଥିବା ଏସ୍ବିଆଇ ବ୍ୟାଙ୍କ ପରିସରରେ। ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ନାଲାରୋଡ଼ର ବାସିନ୍ଦା ଏମ୍ଡି ନୌସାଦ ତାଙ୍କ ଦୋକାନରେ କାମ କରୁଥିବା ଏମ୍ଡି ଆକିବଙ୍କୁ ୨ ଲକ୍ଷ ଟଙ୍କା ଏସ୍ବିଆଇ ବ୍ୟାଙ୍କରେ ଜମା କରିବା ପାଇଁ ପଠାଇଥିଲେ। ସେହି ସମୟରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଥିଲା। ଆକିବ ଟଙ୍କା ଡିପୋଜିଟ୍ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ଚତୁରତାର ସହ ବ୍ୟାଗର ଚେନ୍କୁ ଖୋଲିଥିଲେ। ପରେ ବ୍ୟାଗରୁ୧ଲକ୍ଷ ଟଙ୍କା ନେଇ ତାଙ୍କ ପକେଟ୍ରେ ପୁରାଇଥିଲେ। ତା‘ପରେ ସେହି ସ୍ଥାନରୁ ପଳାଇଯାଇଥିଲେ। ହେଲେ ଆକିବ ଏହା ଜାଣିପାରି ନଥିଲେ।
ପରେ ସେ ଡିପୋଜିଟ ପାଇଁ ଟଙ୍କା ଖୋଜିଲା ବେଳକୁ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଏହାପରେ ସେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ। ଆକିବ ପଛରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବ୍ୟାଗରୁ ୧ ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଥିଲା। ଏନେଇ ଆକିବ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଥିଲା। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।
The post ଟଙ୍କା ଜମା କରିବାକୁ ବ୍ୟାଙ୍କରେ ଛିଡ଼ା ହୋଇଥିଲେ ବ୍ୟକ୍ତି, ବ୍ୟାଗରୁ ଲକ୍ଷେ ଗାଏବ appeared first on Odisha Reporter.
from Odisha Reporter https://ift.tt/P0qvFGd
No comments:
Post a Comment