ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 4, 2022

ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୨୬ତମ ସ୍ଥାପନ ଦିବସ । ହେଲେ ଗତକାଲିଠୁ ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଇସିୟୁରେ ଭର୍ତ୍ତି ହୋଇଥିବାରୁ ପରିବାର ତଥା ପାର୍ଟି କର୍ମକର୍ତ୍ତା ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି । ଲାଲୁଙ୍କ ଏପରି ସମୟରେ ବେଶ୍‌ ଭାବୁକ ହୋଇ ପଡ଼ିଥିବା ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋଶାଲ ମିଡିଆରେ ପିତାଙ୍କ ଫଟୋ ସହ ଇମୋସନାଲ ପୋଷ୍ଟ ଶେଆର କରିଛନ୍ତି।

ରୋହିନୀ ଏବେ ସିଙ୍ଗାପୁରରେ ଥିବା ବେଳେ ପିତାଙ୍କ ଅସୁସ୍ଥତା ଖବର ଶୁଣି ଆସି ପାରିନାହାନ୍ତି।  ମାତ୍ର  ଭିଡିଓ କଲରେ ପିତାଙ୍କୁ ଦେଖି ବେଶ୍‌ ଭାବୁକ ହୋଇ ପଡ଼ିଥିବା ରୋହିଣୀ  ପିତାଙ୍କ ନିମନ୍ତେ ସୋଶାଲ ମିଡିଆରେ ଏକ ଇମୋସନାଲ ନୋଟ ଲେଖିଛନ୍ତି । ନିଜ ପୋଷ୍ଟରେ ରୋହିଣୀ ଲେଖିଛନ୍ତି, ମୋ’ ପିତା ମୋ ହିରୋ । ଖୁବ୍‌ ଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ସବୁ ବାଧାବିଘ୍ନ ଡେଇଁ ସେ ଆଗକୁ ବଢ଼ିଥିବା ବେଳେ କୋଟିକୋଟି ଲୋକ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ରୋହିଣୀ। 

ଗତ ରବିବାର ଲାଲୁ ନିଜ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନରେ ଥିବା ବେଳେ ସିଡ଼ିରୁ ଖସି ପଡ଼ିଥିଲେ। ତାଙ୍କ ଡାହାଣ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଅଣ୍ଟା ମଧ୍ୟ ମାଡ଼ ହୋଇଛି।  ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ  ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ମାତ୍ର ସୋମବାର ଭୋରରୁ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟଣାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେଠାରେ ସେ ସର୍ଜିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିକଟରେ ପତ୍ନୀ ରାବ୍ରି ଦେବୀ ଓ ୨ ପୁଅ ଅଛନ୍ତି।

ଆଜି ଲାଲୁଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ୨୬ତମ ସ୍ଥାପନା ଦିବସ । ମାତ୍ର ଏହି ଅବସରରେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏହାର ସୁପ୍ରିମୋ । ତେଣୁ ଆରଜେଡି ତରଫରୁ କୌଣସି ପ୍ରକାର ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇନି। ପାର୍ଟି ସ୍ଥାପନ ଦିବସରେ କେବଳ ସଦସ୍ୟ ଗ୍ରହଣ ଅଭିଯାନ ଚାଲୁ ରହିବ ବୋଲି ପାର୍ଟି ତରଫରୁ କୁହାଯାଇଛି।

The post ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ appeared first on Odisha Reporter.



from Odisha Reporter https://ift.tt/OVMAubN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages