ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, କହିଲେ- ବିନା ନିମନ୍ତ୍ରଣରେ ବି ଯିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 6, 2022

ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, କହିଲେ- ବିନା ନିମନ୍ତ୍ରଣରେ ବି ଯିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରମୁଣ୍ଡା ହାଇସ୍କୁଲରେ ୭୩ ତମ ବନ ମହୋତ୍ସବ ପାଳନ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ମିଳି ନାହିଁ। ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜନ ସତ୍ତ୍ୱେ ସ୍ଥାନୀୟ ସାଂସଦଙ୍କୁ ଡକାଯାଇନି। ଏନେଇ ଟ୍ୱିଟ୍‌ କରି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ସାଂସଦ ।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ମୋତେ ଭୟ କରୁଛନ୍ତି ? ଏପରି କରିବା ରାଜ୍ୟ ସରକାରଙ୍କ ହୀନ ମାନସିକତା ନା ଅହଂକାର ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କାର୍ଯ୍ୟକ୍ରମରେ ବିନା ନିମନ୍ତ୍ରଣରେ ସାଂସଦ ଯିବେ ବୋଲି କହିଛନ୍ତି।

ବରମୁଣ୍ଡା ହାଇସ୍କୁଲରେ ଆୟୋଜିତ ହେବାକୁ ଥିବା ରାଜସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା,ଦୁଇ ବିଧାୟକ ଓ ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ୱର ସାଂସଦଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ। ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନି। ଖାଲି ନିମନ୍ତ୍ରଣ ପତ୍ରରେ ନୁହେଁ ବରଂ ସାଂସଦଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବି ଦିଆଯାଇନାହିଁ।

The post ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, କହିଲେ- ବିନା ନିମନ୍ତ୍ରଣରେ ବି ଯିବି appeared first on Odisha Reporter.



from Odisha Reporter https://ift.tt/KSxmhj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages