ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 6, 2022

ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌

ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ଫଟାଫଟ ମ୍ୟାଚ୍‌।  ଇଂଲଣ୍ଡର ସାଉଥ୍-ହମ୍ପଟନରେ ହେବ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମୁକାବିଲା। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଶୁଭ ଖବର ହେଉଛି କ୍ୟାପଟେନ ରୋହିତ ଶର୍ମାଙ୍କ କମବ୍ୟାକ୍। କୋଭିଡ  ପଜିଟିଭ ହୋଇଥିବାରୁ ଦ୍ୱିପାକ୍ଷିକ ସିରିଜର ଟେଷ୍ଟ ମ୍ୟାଚ ଖେଳି ପାରିନଥିଲେ ରୋହିତ। ଏବେ କିନ୍ତୁ କରୋନାରୁ ମୁକ୍ତ ହୋଇ ଦଳର ନେତୃତ୍ୱ ନେବାକୁ ପୂରା ପ୍ରସ୍ତୁତ ଅଛନ୍ତି ଟିମ୍‌ ଇଣ୍ଡିଆର ହିଟ୍‌ମ୍ୟାନ୍‌।

ଆଜି ସିରିଜର ପ୍ରଥମ ମ୍ୟାଚରେ ବିରାଟ କୋହଲି, ଜଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା, ରିଷବ ପନ୍ତ ଏବଂ ଶ୍ରେୟସ ଆୟାର ଖେଳିବେ ନାହିଁ। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଈଶାନ କିଶନ ପୁଣି ଥରେ ପାଳି ଆରମ୍ଭ କରିବେ। ବିରାଟ କୋହଲି ନଥିବାରୁ ଦୀପକ ହୁଡା ତୃତୀୟ ଏବଂ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ହାର୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ପରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଷଷ୍ଠ ସ୍ଥାନରେ ଆସିବେ। ଅଲରାଉଣ୍ଡର ଅକ୍ଷର ପଟେଲ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ୟୁଝବେନ୍ଦ୍ର ଚହଲ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଦଳରେ ରହିବେ। ଭୁବନେଶ୍ବର କୁମାର ଓ ଅଭେସ୍ ଖାନ୍ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ତେବେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କୁ ସୁଯୋଗ ମିଳିବ କି ନାହିଁ ତାହା କେବଳ ସମୟ କହିବ।

ଏହି ସିରିଜରେ ତିନୋଟି ମ୍ୟାଚ୍ ଖେଳାଯିବ। ଉଭୟ ଦେଶ ଭିତରେ ପୂର୍ବରୁ ୧୯ ଥର ଟି-ଟ୍ୱେଣ୍ଟି ମୁକାବିଲା ହୋଇଛି। ଏଥିରେ ଭାରତ ୧୦ଟିରେ ବିଜୟୀ ହୋଇଥିବାବେଳେ ଇଂଲଣ୍ଡ ୯ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଆସନ୍ତା ଅକ୍ଟୋବରରେ ଟି-ଟ୍ୱେଣ୍ଟି ବିଶ୍ୱ କପ ପୂର୍ବରୁ ଏହି ସିରିଜ ଉଭୟ ଦେଶ ପାଇଁ ଗୁରୁତ୍ୱ ବହନ କରୁଛି।

The post ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ appeared first on Odisha Reporter.



from Odisha Reporter https://ift.tt/qg98P1L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages