ବଦଳିଗଲା ମସ୍କଙ୍କ ମନ; ଆଉ କିଣିବେନି ଟ୍ୱିଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 8, 2022

ବଦଳିଗଲା ମସ୍କଙ୍କ ମନ; ଆଉ କିଣିବେନି ଟ୍ୱିଟର

ୱାଶିଂଟନ: ମନ ବଦଳାଇଦେଲେ ଏଲନ ମସ୍କ । ନିଜେ ଦେଇଥିବା ଡିଲ୍‌ରୁ ନିଜେ ଓହରିଗଲେ ।  ଆଉ ଟ୍ୱିଟର କିଣିବେନି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।  ନିଜେ ଏହି ଘୋଷଣା କରି ସମସ୍ତଙ୍କୁ ଜୋରଦାର ଝଟକା ଦେଇଛନ୍ତି ମସ୍କ ।

ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ୍ ମସ୍କ ଗତ ଏପ୍ରିଲ ୨୫ ତାରିଖରେ ୫୪.୨୦ ବିଲିୟନ ଡଲାରରେ ଟ୍ୱିଟର କିଣିବା ନେଇ ଅଫର୍ ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ ଡିଲ୍ ଫାଇନାଲ ହୋଇଥିଲା।  କିନ୍ତୁ ଏବେ ନିଜ ଡିଲ୍‌ରୁ ନିଜେ ଓହରିଗଲେ ମସ୍କ । ତେବେ ଚୁକ୍ତିରୁ ଓହରିଥିବା ଏଲନଙ୍କ ବିରୋଧରେ କେସ୍‌ କରିବାର ଧମକ ଦେଇଛି ଟ୍ୱିଟର।

ଅନେକ ଦିନ ଧରି ଚାଲିଥିବା ଏହି ହାଇ ପ୍ରୋଫାଇଲ୍ ଡ୍ରାମା ଏବେ ନୂଆ ମୋଡ ନେଇଛି । ଏଲନ ମସ୍କ କହିଛନ୍ତି ଯେ, ଟ୍ୱିଟର ଏହି ଚୁକ୍ତିରେ ବହୁ ଖିଲାପ କରିଛି । ତେଣୁ ସେ ଡିଲରୁ ପଛକୁ ହଟୁଛନ୍ତି ।

ମସ୍କଙ୍କ ଓକିଲ ଟ୍ୱିଟ କରିଛନ୍ତି ଯେ, ସେମାନେ ଚୁକ୍ତି ବାତିଲ କରୁଛନ୍ତି । କାରଣ ଟ୍ୱିଟର ଚୁକ୍ତିର ଉଲ୍ଲଙ୍ଘନ କରିଛି । ଟ୍ୱିଟର୍ ଭ୍ରମିତ କଲା ଭଳି କାମ କରିଛି । ମସ୍କ ଟ୍ୱିଟର ପ୍ରତି ବିଶ୍ୱାସ କରିବା ଭୁଲ ଥିଲା ।

ଏଥିସହ ସେମାନେ କହିଛନ୍ତି ଯେ, ନକଲି କିମ୍ବା ସ୍ପାମ୍ ଆକାଉଣ୍ଟର ସୂଚନା ପାଇବା ପାଇଁ ଟ୍ୱିଟରକୁ ବହୁ ଥର ଅନୁରୋଧ କରାଯାଇଛି। କାରଣ ଏହା କମ୍ପାନୀର ବ୍ୟବସାୟ ପ୍ରଦର୍ଶନ ନିମନ୍ତେ ମୌଳିକ ଆବଶ୍ୟକତା ଅଟେ। କିନ୍ତୁ ଟ୍ୱିଟର ଏହି ଅନୁରୋଧକୁ ସବୁ ଥର ଏଡ଼ାଇ ଯାଇଛି।  ଟ୍ୱିଟର ଚୁକ୍ତିମାନାର ବହୁ ନିୟମକୁ ଉଲ୍ଲଘଂନ କରିଛି। ତେଣୁ ଏହା ଏକ ମିଥ୍ୟା ତଥା ବିଭ୍ରାନ୍ତିକର ଚୁକ୍ତି ବୋଲି ଜଣାପଡିଛି ।

ସୋଶାଲ ମିଡିଆରେ ବିଜ୍ଞାପନ ଦେଖୁଥିବା ୫% ରୁ କମ୍ ଉପଭୋକ୍ତାଙ୍କର ସ୍ପାମ୍ ଏବଂ ବଟ୍ ଆକାଉଣ୍ଟ ରହିଛି ବୋଲି ମସ୍କଙ୍କ ଓକିଲ କହିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା  ବିଲିୟନେୟର ଏଲନ ମସ୍କ ଏବଂ ୧୬ ବର୍ଷ ପୁରୁଣା ସାନ ଫ୍ରାନ୍ସିସ୍କୋ ଭିତ୍ତିକ କମ୍ପାନୀ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଚାଲିପାରେ। ଏହାକୁ ଏଡ଼ାଇବାକୁ ମସ୍କ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଓକିଲମାନେ କହିଛନ୍ତି।

ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଏକ ଟୁଇଟ୍‌ରେ କହିଛନ୍ତି ଯେ ଏଲନ୍ ମସ୍କଙ୍କ  ସହିତ କମ୍ପାନୀ ଏହି ଚୁକ୍ତିକୁ ପୂରଣ କରିବାକୁ ଚାହୁଁଛି ।  ଏଥିପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ଏହି ମିଶ୍ରଣ ଚୁକ୍ତି ସମାପ୍ତ କରିବାକୁ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବୁ ବୋଲି ବ୍ରେଟ୍ ଟେଲର କହିଛନ୍ତି। ଏଥିନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପ୍ରସ୍ତୁତ। କୋର୍ଟ ସେମାନଙ୍କୁ ନ୍ୟାୟ ଦେବ ବୋଲି ସେ କହିଛନ୍ତି ।

The post ବଦଳିଗଲା ମସ୍କଙ୍କ ମନ; ଆଉ କିଣିବେନି ଟ୍ୱିଟର appeared first on Odisha Reporter.



from Odisha Reporter https://ift.tt/kbCWrPR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages