କିଏ ହେବେ ଦେଶର ମହାମହିମ, ଆଜି ଖୋଲିବ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 20, 2022

କିଏ ହେବେ ଦେଶର ମହାମହିମ, ଆଜି ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ: ଖୋଲିବ ବାଲଟ୍ ବକ୍ସ  । ଦେଶ ପାଇବ ତାର ପଞ୍ଚଦଶ ରାଷ୍ଟ୍ରପତି । ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ? ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା।   ଏହାପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚିସାରିଛି ।  କଡ଼ା ସୁରକ୍ଷାରେ ଏହି ବକ୍ସ ସବୁ ରହିଛି । ଆଜି ସକାଳ ୧୧ଟାରେ ପାର୍ଲାମେଣ୍ଟ ହାଉସର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମରେ ଆରମ୍ଭ ହେବ ଭୋଟ ଗଣତି।

ଭୋଟ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିପାରିବେ । ଏହାଛଡ଼ା ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଅବଜରଭର, ପିଆଇବି ଦ୍ୱାରା ସ୍ୱୀକୃତିପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତିପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ରରେ ରହିପାରିବେ।  ଭୋଟ ଗଣତି ଶେଷ ହେବାମାତ୍ରେ ଫଳାଫଳ ଘୋଷଣା ହେବ।  ଏପରିକି ଫଳାଫଳକୁ ରାଜ୍ୟସଭା ୱେବସାଇଟ୍‌ରେ ରାଷ୍ଟ୍ରପତି ନିର୍ବାଚନ ଲିଙ୍କରେ ଅପଲୋଡ୍ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପି ସି ମୋଦି ।

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବାନେଇ କାହା ମନରେ ସନ୍ଦେହ ନ ଥିବା ବେଳେ ସେ କେତେ ଭୋଟ୍‌ରେ ଜିତିବେ ତାହା ଗୁରୁବାର ଗଣତି ପରେ ହିଁ ଜଣାପଡ଼ିବ। କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏହି ଖୁସିରେ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି । ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା ପିଠା

The post କିଏ ହେବେ ଦେଶର ମହାମହିମ, ଆଜି ଖୋଲିବ ଭାଗ୍ୟ appeared first on Odisha Reporter.



from Odisha Reporter https://ift.tt/KTRhnQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages