ଅହମ୍ମଦାବାଦ: ବହୁ ଚର୍ଚ୍ଚିତ ଗୁଜରାଟ ଗୋଧ୍ରା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ମିଳିଲା ସଜା। ଗୋଧ୍ରାର ନିମ୍ନ ଅଦାଲତ ଅଭିଯୁକ୍ତ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଅଭିଯୁକ୍ତ ୧୯ ବର୍ଷ ଧରି ଫେରାର ଥିବାବେଳେ ଗତ ବର୍ଷ ତାକୁ ଗିରଫ କରାଯାଇଥିଲା।
ଗୁଜରାଟ ଗୋଧ୍ରା କାଣ୍ଡର ଅନ୍ୟତମ ଅଭିଯୁକ୍ତ ରଫିକ୍ ହୁସୈନ। ଗତବର୍ଷ ପୁଲିସ ତାକୁ ଗିରଫ କରିଥିଲା। ହେଲେ ଆଜି ତାକୁ ଗୋଧ୍ରା କୋର୍ଟ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ରଫିକକୁ ହତ୍ୟା ଓ ହିଂସା ଉସକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ସୂଚନା ମୁତାବକ ରଫିକ୍ ହୁସୈନ୍ ୨୦୦୨ ମସିହାରୁ ଫେରାର ଥିଲା। ୨୦୦୨ ଫେବ୍ରୁଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ ସାବରମତି ଏକ୍ସପ୍ରେସର ଏକ କୋଚ୍ରେ ନିଆଁ ଲଗାଇଦିଆ ଯାଇଥିଲେ। ଏହି ଘଟଣାରେ ୫୯ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ହୋଇଥିଲେ। ଏହାପରେ ଗୁଜୁରାଟରେ ମଧ୍ୟ ୨୦୦୨ରେ ଦଙ୍ଗା ସୃଷ୍ଟି ହୋଇଥିଲା।
ରଫିକ୍କୁ ଗତବର୍ଷ ଏହି ମାମଲାରେ ଗିରଫ କରିବା ପରେ ପୁଲିସ କହିଥିଲା, ଟ୍ରେନ କମ୍ପାର୍ଟମେଣ୍ଟରେ ନିଆଁ ଲଗାଇବାକୁ ପେଟ୍ରୋଲର ବନ୍ଦୋବସ୍ତ କରିବା, ଦଙ୍ଗା ପାଇଁ ଉସକାଇବା ଓ ପୁରା ଷଡଯନ୍ତ୍ର ପଛରେ ରଫିକର ବଡ ହାତ ଥିଲା।
ରଫିକ୍ ହୁସୈନ ଗୋଧ୍ରା ଷ୍ଟେସନର ପ୍ଲାଟର୍ଫରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା। ଘଟଣା ଦିନ ଯେତେବେଳେ ସାବରମତି ଟ୍ରେନ ଆସି ପ୍ଲାଟଫର୍ମରେ ଲାଗିଥିଲା ସେତେବେଳେ ଏହା ଉପରକୁ ପଥର ମାଡ ସହ ପେଟ୍ରୋଲ ପକାଇବା କାମରେ ସେ ସହଯୋଗ କରିଥିଲା। ହେଲେ ଘଟଣା ପରେ ସେ ଫେରାର ହୋଇଯାଇଥିଲା ବୋଲି ପୁଲିସ କହିଛି।
The post ଗୋଧ୍ରା ହିଂସାକାଣ୍ଡ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ appeared first on Odisha Reporter.
from Odisha Reporter https://ift.tt/ZsKbEcJ
No comments:
Post a Comment