ମେକ୍ସିକୋ: ବାଜା ବାଣ ରୋଷଣୀ ନେଇ ଆସିଲା ବରଯାତ୍ରୀ। ପାରମ୍ପରିଗ ଗୀତ ବାଦ୍ୟଲରେ ଦୁଲୁକିଲା ସହର। ବର ସାଜିଲେ ମେୟର ଆଉ ତାଙ୍କ କନିଆଁ ସାଜିଲା କୁମ୍ଭୀର। କୁମ୍ଭୀର ସହ ବିବାହ କରିଲେ ଜଣାଶୁଣା ମେୟର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ।
ମେକ୍ସିକୋର ଛୋଟ ନଗରୀ ସାନ୍ ପେଡ୍ରୋ ହୁଆମେଲୁଲା। ଏଠାକର ମେୟର୍ ଏକ କୁମ୍ଭୀରକୁ ବିବାହ କରିଛନ୍ତି। ଏହି ଅଦ୍ଭୁତ ବିବାହର ପୂରା ଭିଡିଓ ‘ରଏଟର୍ସ’ ତା’ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୁରୁବାର ଦିନ ଆୟୋଜିତ ଉକ୍ତ ବିବାହରେ ସାନ୍ ପେଡ୍ରୋ ହୁଆମେଲୁଲାର ମେୟର୍ ଭିକ୍ଟର୍ ହ୍ୟୁଗୋ ସୋସା ବର ସାଜିଥିଲେ ଆଉ ତାଙ୍କ କନିଆଁ ସାଜିଥିଲା ୭ ବର୍ଷୀୟ କୁମ୍ଭୀର। ସେ ଖ୍ରୀଷ୍ଟିଅନ ରୀତିନୀତିରେ ଏକ ଚର୍ଚ୍ଚରେ କୁମ୍ଭୀରକୁ ବିବାହ କରିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ନବ ବିବାହିତ ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାକୁରେ ବାରମ୍ବାର ଚୁମ୍ଭନ ମଧ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ କୁମ୍ଭୀରକୁ କୋଳରେ ଧରି ନାଚିଛନ୍ତି ମଧ୍ୟ।
ମେକ୍ସିକୋ ଅନ୍ତର୍ଗତ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର-ବିବାହ ପ୍ରଥା ପ୍ରାକ୍-ହିସ୍ପାନିକ୍ ଯୁଗରୁ ଚଳି ଆସୁଛି। ଧନ-ଧାନ୍ୟ କାମନା କରି ସେଠାକାର ଲୋକେ କୁମ୍ଭୀରକୁ ବିବାହ କରିବା ପରମ୍ପରା ରହିଛି।
ଓଆକ୍ସାକାର ‘ଷ୍ଟିମି ପେସିଫିକ୍’ ଉପକୂଳରେ ଥିବା କ୍ଷୁଦ୍ର ମାଛଧରା ଗାଁର ମେୟର୍ ସୋସା ଯଥେଷ୍ଟ ବର୍ଷା, ଯଥେଷ୍ଟ ଖାଦ୍ୟ ଓ ଆମ ନଦୀରେ ପ୍ରଚୁର ମାଛ ପାଇଁ ସେ କୁମ୍ଭୀର ସହ ବିବାହ କରିଛନ୍ତି।
ସାନ୍ ପେଡ୍ରୋ ହୁଆମେଲୁଲାର ଉକ୍ତ ଆଦିମ ପ୍ରଥା (କୁମ୍ଭୀର ବିବାହ) ଏବେ ‘କ୍ୟାଥୋଲିକ୍’ ଲୋକବିଶ୍ୱାସରେ ମିଶି ଗଲାଣି। ଏହି ପ୍ରଥା ଅନୁସାରେ, କୁମ୍ଭୀରକୁ ଧଳା ବିବାହ ପୋଷାକ ଏବଂ ଅନ୍ୟାନ୍ୟ ରଙ୍ଗିନ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ।
ଟିକି ରାଜକୁମାରୀ କୁହାଯାଉଥିବା ମେୟର୍ ସୋସାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ଲୋକମାନଙ୍କ ବିଶ୍ୱାସ। ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ଅର୍ଥ ହେଲା ମାନବ ଓ ଈଶ୍ୱରଙ୍କ ମଧ୍ୟରେ ସୁସମ୍ପର୍କ।
In an age-old ritual, a Mexican mayor married his alligator bride to secure abundance. Victor Hugo Sosa sealed the nuptials by kissing the alligator's snout https://t.co/jwKquOPg93 pic.twitter.com/Vmqh4GpEJu
— Reuters (@Reuters) July 1, 2022
The post ମେୟରଙ୍କ କନିଆଁ ସାଜିଲା କୁମ୍ଭୀର appeared first on Odisha Reporter.
from Odisha Reporter https://ift.tt/iYGIzqO
No comments:
Post a Comment