କ୍ରାଶ୍‌ ପରେ ଜଳିଗଲା କାର୍ଗୋ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 16, 2022

କ୍ରାଶ୍‌ ପରେ ଜଳିଗଲା କାର୍ଗୋ ବିମାନ

ନୂଆଦିଲ୍ଲୀ: ବଡ ଧରଣର ବିମାନ ଦୁଘଟଣା। କ୍ରାଶ୍‌ ପରେ ଜଳିଗଲା କାର୍ଗୋ ବିମାନ। ୟୁକ୍ରେନର ଲୋୟର କ୍ୟାରିୟର ବେଷ୍ଟ କାର୍ଗୋ ବିମାନ ଉତ୍ତର ଗ୍ରୀସ୍‌ ଅନ୍ତର୍ଗତ ପାଲିଓକୋରି କାଭାଲା ନଗରୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ଏଥିରେ ବ୍ୟାପକ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଅଗ୍ନିଶମ ବାହିନୀ କହିଛି।

‘ଇଆର୍‌ଟି’ ରିପୋର୍ଟ ମୁତାବକ, ଏକ ୟୁକ୍ରେନୀୟ କମ୍ପାନି ମାଲିକାନାରେ ଥିବା ଉକ୍ତ ‘ଆଣ୍ଟୋନୋଭ୍ ଏଏନ୍‌-୧୨’ ବିମାନ ସର୍ବିଆରୁ ଜୋର୍ଡାନ୍‌ ଯାଉଥିଲା। ଇଞ୍ଜିନ୍‌ରେ ସମସ୍ୟା ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ନିମନ୍ତେ ପାଇଲଟ୍‌ ଅନୁରୋଧ କରିଥିଲେ, କିନ୍ତୁ ସ‌େତେବେଳେ ବିମାନଟିର ‘ସିଗ୍‌ନାଲ୍‌’ ଆସୁ ନ ଥିଲା।

ଯେଉଁ ଭିଡିଓ ଫୁଟେଜ୍‌ ସାମ୍ନାକୁ ଆସିଛି ସେଥିରେ ଜଳନ୍ତା ବିମାନଟିଏ ଦ୍ରୁତ ଗତିରେ ତଳକୁ ଖସୁଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ଯୋଗୁଁ ସେଥିରେ ନିଆଁ ଲାଗିଯାଇଥିବା ପରି ମନେହେଉଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିମାନରେ ୮ଜଣ ଲୋକ ଥିଲେ। ସେଥିରେ କୌଣସି ‘ବିସ୍ଫୋରକ ସାମଗ୍ରୀ’ ଯାଉଥିବା ସନ୍ଦେହ କରାଯାଉଛି।

ଏହି ବିମାନଟି କାର୍ଗୋ କ୍ୟାରିଅର୍ ମେରିଡିଆନ୍ ଦ୍ୱାରା ପରିଚାଳିତ ହେଉଥିଲା। ଇଜିପ୍ଟର ବେସାମରିକ ବିମାନ ଚଳାଚଳ ପ୍ରଶାସନ କହିଛି ଯେ ବିମାନ ଭିତରେ ଥିବା ଇଞ୍ଜିନର ସମସ୍ୟା ବିଷୟରେ ପାଇଲଟ ପ୍ରଶାସନକୁ ସତର୍କ କରାଇଥିଲେ, ଏହା ପରେ ପାଇଲଟଙ୍କୁ ଥେସଲନୀକୀ କିମ୍ବା କାଭାଲା ବିମାନ ବନ୍ଦରରେ ଅବତରଣ କରିବାର ବିକଳ୍ପ ଦିଆଯାଇଥିଲା। ପାଇଲଟ କାଭାଲାରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ଏହି ବିମାନ ବନ୍ଦରଟି ଲୋକେସନର ନିକଟବର୍ତ୍ତୀ ଥିଲା। କିନ୍ତୁ ବିମାନ ବନ୍ଦରଠାରୁ ୪୦ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇ ଜଳୁଥିବା ବିମାନର ନିଆଁ ଲିଭାଇବା ଲାଗି ୭ଟି ଦମକଳ ଏବଂ ୧୫ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। କିନ୍ତୁ, ବିସ୍ଫୋରଣ ଘଟୁଥିବାରୁ ସେମାନେ ଜଳନ୍ତା ବିମାନ ନିକଟରେ ପହଞ୍ଚି ପାରୁ ନ ଥିଲେ। ଶନିବାର ରାତିରେ ସେ ଅଞ୍ଚଳ ଦେଇ ଉଡ଼ିଯାଉଥିବା ‘ଆଣ୍ଟୋନୋଭ୍ ଏଏନ୍‌-୧୨’ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ସେମାନେ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

The post କ୍ରାଶ୍‌ ପରେ ଜଳିଗଲା କାର୍ଗୋ ବିମାନ appeared first on Odisha Reporter.



from Odisha Reporter https://ift.tt/OZdTp3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages